Latest Odisha News

BREAKING NEWS

ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ପତ୍ନୀ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜଭବନରେ କରୋନା । ଭୂତାଣୁ ସଂକ୍ରମିତ ହୋଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହା ପତ୍ନୀଙ୍କର ରିପୋର୍ଟ ବି ପଜିଟିଭ୍ ଆସିଛି । ଏନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଏହାସହ ରାଜ୍ୟପାଳ ଅନୁରୋଧ କରିଛନ୍ତି, ଯେଉଁମାନେ ନିକଟ ଅତୀତରେ ସେମାନଙ୍କର ସଂସ୍ପର୍ଶରେ ଆସିଛନ୍ତି ସେମାନେ କୋଭିଡ୍ ଟେଷ୍ଟା କରାଇ ନିଅନ୍ତୁ ।

ରାଜ୍ୟପାଳ କରୋନା ସଂକ୍ରମିତ ଚିହ୍ନଟ ପରେ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ତାଙ୍କର ସୁସ୍ଥତା କାମନା କରିଛନ୍ତି ।

Leave A Reply

Your email address will not be published.