Latest Odisha News

BREAKING NEWS

ଦେଶରେ ୮୨ ଲକ୍ଷ କରୋନା ସଂକ୍ରମିତ, ଲକ୍ଷେ ୨୨ ହଜାର ମୃତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା । ସଂକ୍ରମିତଙ୍କ ସଂଖ୍ୟା ୮୨ ଲକ୍ଷ ପାର କରିଛି । ମୃତ୍ୟୁସଂଖ୍ୟା ଲକ୍ଷେ ୨୨ ହଜାର ଡେଇଁଲାଣି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୫ ହଜାର ୨୩୦ ନୂଆ ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୮୨ ଲକ୍ଷ ୨୯ ହଜାର ୩୧୩କୁ ବୃଦ୍ଧି ପାଇଛି ।

ଦେଶରେ ଏବେ ଦୈନିକ ମୃତ୍ୟୁସଂଖ୍ୟା କମୁଛି । ଏହି ସଂଖ୍ୟା ପାଞ୍ଚ ଶହରୁ କମ୍ । ଗତ ୨୪ ଘଣ୍ଟାରେ ଆଉ ୪୯୬ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୨ ହଜାର ୬୦୭ରେ ପହଞ୍ଚିଛି । ଦେଶରେ ମୃତ୍ୟୁହାର ରହିଛି ୧.୪୯% ।

ଆମେରିକା, ଜର୍ମାନୀ, ସ୍ପେନ୍, ଫ୍ରାନ୍ସ, ଇଂଲଣ୍ଡ ଆଦି ଦେଶରେ ଏବେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଭାରତରେ ଆରୋଗ୍ୟ ହାର ବଢି ଚାଲିଛି । ପ୍ରତିଦିନ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି ।

ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୫୩ ହଜାର ୨୮୫ ଆକ୍ରାନ୍ତ । ସୁସ୍ଥ ହେଲେଣି ମୋଟ୍ ୭୫ ଲକ୍ଷ ୪୪ ହଜାର ୭୯୮ ସଂକ୍ରମିତ । ଦେଶରେ ବର୍ତ୍ତମାନ ୫ ଲକ୍ଷ ୬୧ ହଜାର ୯୦୮ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.