Latest Odisha News

BREAKING NEWS

ହୋଲି ଖେଳିବେନି ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ୱର: ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚଳିତ ବର୍ଷ ହୋଲି ଖେଳିବେ ନାହିଁ । କରୋନା ଭାଇରସ(କୋଭିଡ-୧୯) ସଂକ୍ରମଣକୁ ନେଇ ସତର୍କତା ଅବଲମ୍ବନ ସ୍ୱରୂପ ହୋଲି ପାଳିବେନି ରାଜ୍ୟପାଳ । ସେ କୌଣସି ହୋଲି ମିଳନ ପର୍ବରେ ଭାଗ ନେବେ ନାହିଁ । ସେ ଭାଇରସର ସଂକ୍ରମଣରୁ ବଂଚିବା ପାଇଁ ସରକାରଙ୍କ ପରାମର୍ଶ କ୍ରମେ ସାମୁହିକ ସଭାରୁ ଦୂରେଇ ରହିବେ ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସାରା ରାଜ୍ୟର ଲୋକଙ୍କୁ କରୋନା ଭାଇରସ ବିଷୟରେ ସଚେତନତା ସୃଷ୍ଟି କରିବା ଉପରେ ଜୋର ଦେଇଛନ୍ତି ।

Leave A Reply

Your email address will not be published.