Latest Odisha News

BREAKING NEWS

ଆଜି ସରୁଛି ଐତିହାସିକ ବାଲିଯାତ୍ରା,ଉଦ୍‌ଯାପନୀ ସମାରୋହରେ ଯୋଗଦେବେ ରାଜ୍ୟପାଳ

କଟକ : ଆଜି ସରିବ କଟକର ଐତିହାସିକ ବାଲିଯାତ୍ରା। ନଭେମ୍ବର ୮ତାରିଖରୁ ଆରମ୍ଭ ହୋଇଥିଲା କଟକ ପ୍ରସିଦ୍ଧ ବାଲିଯାତ୍ରା।ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ଏହି ବାଲିଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା। ତେଣୁ ଆଜି ସରୁଛି ଏହି ଐତିହାସିକ ବାଲିଯାତ୍ରା ।

କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଜି ଶେଷ ହେବାକୁ ଥିବାବେଳେ ଆଜି ଉଦ୍‌ଯାପନୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେପଟେ କାଗଜ ଡଙ୍ଗା ପ୍ରସ୍ତୁତି କରି କଟକର ଛାତ୍ରଛାତ୍ରୀ ବିଶ୍ୱ ରେକର୍ଡ କରି ଗିନିଜ୍‌ ବିକ୍‌ ଅଫ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ-ଇନ୍‌-କଟକ ଭଳି ଅନେକ ଅଭିନବ ଆଉ ଆକର୍ଷଣୀୟ ଆୟୋଜନ କରାଯାଇଥିବା ବେଳେ ଚଳିତ ବର୍ଷ ଭିଡ଼ ଆଉ ବ୍ୟବସାୟ ପୂର୍ବ ସମସ୍ତ ରେକର୍ଡକୁ ଟପିଯାଇଛି । ସବୁ ବର୍ଷ ବାଲିଯାତ୍ରା ୯ ଦିନ ଧରି ହେଉଥିବା ବେଳେ ଚଳିତ ବର୍ଷ ସର୍ବାଧିକ ୧୦ ଦିନ ଧରି ହୋଇଛି ଏହି ଐତିହାସିକ ବାଲିଯାତ୍ରା ।

 

Leave A Reply

Your email address will not be published.