ଭୁବନେଶ୍ୱର: ଲକଡାଉନ୍ରେ ଖୋଲିଲା ବିଶ୍ୱବିଦ୍ୟାଳୟ । କରୋନାକୁ ଦୃଷ୍ଟିରେ ରଖି ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡିକୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ । କରୋନା ପାଇଁ ପ୍ରତ୍ୟେକ୍ଷ ଭାବେ ଶିକ୍ଷାଦାନ ନକରିବାକୁ ପରାମର୍ଶ ଦେବା ସହ ଆବଶ୍ୟକ ପଡିଲେ ଅନଲାଇନରେ କ୍ଲାସ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଥିଓରୀ କିମ୍ବା ପ୍ରାକ୍ଟିକାଲ ପରୀକ୍ଷା ହୋଇପାରିବ ନାହିଁ । ସରକାରୀ ନିର୍ଦ୍ଦେଶ ଆସିଲେ କମ୍ ସମୟ ଭିତରେ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ବିଶ୍ୱବିଦ୍ୟଳୟକୁ ନିର୍ଦ୍ଦେଶ ଦିଆଯାଇଛି । ହଷ୍ଟେଲରେ କୌଣସି ଛାତ୍ରଛାତ୍ରୀ ରହି ପାରିବେ ନାହିଁ । ବିନା ଅନୁମତିରେ ବିଶ୍ୱବିଦ୍ୟାଳୟ କି ହଷ୍ଟେଲକୁ ପ୍ରବେଶ ବାରଣ କରାଯାଇଛି ।
ଯେଉଁ ସବୁ ପରୀକ୍ଷା ସରିଛି ତାହାର ମୂଲ୍ୟାଙ୍କନ ହେବ । ଜୋନ ସ୍ତରୀୟ ମୂଲ୍ୟାଙ୍କନକୁ ଅନୁମତି ନାହିଁ । ସେମିନାର, ୱାର୍କସପ ମନା ହୋଇଛି । ଆବଶ୍ୟକ ପଡିଲେ ଅନଲାଇନରେ ହେବ । ଗ୍ରୁପ Aର ସମସ୍ତ ଅଧିକାରୀ କାର୍ୟ୍ୟକ୍ଷେତ୍ରକୁ ଆସିବେ । ସେହିପରି ଗ୍ରୁପ B, C, Dର ଏକ ତୃତୀୟାଂଶ କର୍ମଚାରୀ ଅଫିସ ଆସିବେ । କାର୍ୟ୍ୟାଳୟରେ ସାମାଜିକ ଦୂରତା ଓ ସ୍ୱଚ୍ଛତା ଉପରେ ଧ୍ୟାନ ଦେବାକୁ କୁହାଯାଇଛି ।
BREAKING NEWS
- ପିଶାଚ ପଡୋଶୀ, ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା
- ‘ରୋମିଓ-ଜୁଲିଏଟ୍ କ୍ଲଜ୍’ କଣ; ଯାହା ଉପରେ ବିଚାର କରିବାକୁ କେନ୍ଦ୍ରକୁ ସୁପ୍ରିକୋର୍ଟଙ୍କ ପରାମର୍ଶ
- ବିଜୟ ହଜାରେ ଟ୍ରଫି: କର୍ଣ୍ଣାଟକ, ସୌରାଷ୍ଟ୍ର ସେମି ଫାଇନାଲରେ
- ଖୋର୍ଦ୍ଧା ପରେ ଢେଙ୍କାନାଳ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ
- ବାଂଲାଦେଶରେ ଉତ୍ତେଜନା; ପୋଲିସ ହେପାଜତରେ ଆୱାମୀ ଲିଗ୍ ନେତାଙ୍କ ମୃତ୍ୟୁ
- ବିସିବିର ଆଉ ଏକ ମିଛ ଧରିଲା ଆଇସିସି
- ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ, ରବିବାର ହେବ…
- Jagdeep Dhankhar Hospitalised At AIIMS: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏମ୍ସରେ ଭର୍ତ୍ତି; ଗତ ସପ୍ତାହରେ ଦୁଇଥର ଅଚେତ…
- ବସ୍ ସହ ସ୍କୁଟିର ହେଲା ଧକ୍କା ,ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
- ରହିବନି କୋଟା ଓ ଆରଏସି; ବନ୍ଦେ ଭାରତ ସ୍ଲିପର ଟ୍ରେନରେ ମିଳିବ ଏହି ସୁବିଧା…
Comments are closed.