Latest Odisha News

BREAKING NEWS

ଭଦ୍ରକରେ ୮ଟି ପଜିଟିଭ କେସ: ରାଜ୍ୟର ଅନ୍ୟତମ କରୋନା ହଟସ୍ପଟ୍ !

ଭୁବନେଶ୍ୱର: ଭୁବନେଶ୍ୱର ପରେ ଭଦ୍ରକ ରାଜ୍ୟର ଅନ୍ୟତମ କରୋନା ହଟସ୍ପଟ୍ ଭାବେ ସାବ୍ୟସ୍ତ ହୋଇଛି । ଭୁବନେଶ୍ୱରର ୪୬ଟି ପଜିଟିଭ ଆକ୍ରାନ୍ତଙ୍କ ପରେ ଭଦ୍ରକରେ ୮ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ଭଦ୍ରକରେ ରବିବାର ଦିନ ଘୋଷିତ ହୋଇଥିବା ୫ଟି କେସ୍ ମଧ୍ୟରୁ ଜିଲ୍ଲାର ବାସୁଦେବପୁରରେ ୩ଟି ଏବଂ ଭଣ୍ଡାରିପୋଖରୀ ବ୍ଲକରେ ୨ଟି ପଜିଟିଭ୍ କେସ୍ ଚିହ୍ନଟ ହୋଇଛି ।

ଇତିମଧ୍ୟରେ ଭଦ୍ରକ ଜିଲ୍ଲାର ଯେଉଁ ୫ଟି ଗ୍ରାମ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷିତ କରାଯାଇଛି ସେହି ସ୍ଥାନ ଗୁଡ଼ିକ ହେଲା:

ବାସୁଦେବପୁର ବ୍ଲକ

ଜୋନ – ୧ (ଖରିଦା ବିନାୟକପୁର ଗ୍ରା.ପ ଅଞ୍ଚଳ)
୧ – ସୁକଦେବପୁର ଛକ
୨ – ବେକମୁରଡ଼ି ଛକ
୩ – ଶିଶୁମନ୍ଦିର ଛକ
୪ – କାଳିଆପଦା ମେଲଣ ପଡ଼ିଆ ଛକ
୫ – ଚିରୋଳା (କରାଚି ସାର୍‌) ଛକ
ଜୋନ – ୨ (ମେଳକସାହି ପଦମପୁର ଗ୍ରା.ପ)
୧ – ଶରତପୁର ଛକ
୨ – ମେଳକସାହି ଛକ
୩ – ରୁକୁଣାଦେଇପୁର ଛକ (ବଡ଼ପୋଲ ପାଖ)
୪ – ସାନ ଅଗପୁର ଛକ

ଜୋନ ୩ – (ମଟପକା, ଲକ୍ଷ୍ମୀଦାସପୁର ଗ୍ରା. ପ)
୧ – ଭାଗିରଥୀ ବଳ ଛକ
୨ – କାଷ୍ଟ କେନାଲ୍ ଛକ (ରାମଚନ୍ଦ୍ରପୁର ପାଖ)
୩ – ସେଣ୍ଢଗଡ଼ ଛକ
୪ – ବୟାଳିଶ ବିନ୍ଧା ପଡ଼ା
୫ – ଅଯୋଦ୍ଧା ବଡ଼ ପୋଲ
୬ – ସରକୋଟକେନାଲ
୭ – ଜୟକୃଷ୍ଣପୁର (ଶଶିକାନ୍ତ ପୋଲେଇଖରାପାଖ)

ଭଣ୍ଡାରିପୋଖରୀ ବ୍ଲକ

ଜୋନ ୧ – (ରହଣିଆ ଗ୍ରା.ପ)
ସମସ୍ତ ୧୧ଟି ରାଜସ୍ୱ ଗ୍ରାମ

ଜୋନ ୨ – (ତେସିଙ୍ଗା ଗ୍ରା. ପ)

ସମସ୍ତ ୧୧ଟି ରାଜସ୍ୱ ଗ୍ରାମ

କଣ୍ଟେନମେଣ୍ଟ୍ ଜୋନ ଭାବେ ଘୋଷିତ ହୋଇଥିବା ଏହି ସମସ୍ତ ଅଞ୍ଚଳକୁ କୌଣସି ବ୍ୟକ୍ତିବିଶେଷଙ୍କ ଲାଗି ପ୍ରବେଶ ନିଷେଧ କରାଯାଇଛି ।

 

Leave A Reply

Your email address will not be published.