Latest Odisha News

BREAKING NEWS

ନିର୍ବାଚନରେ କର୍ମଚାରୀଙ୍କ ଲାଗି ୨ ଦିନ ସ୍ୱତନ୍ତ୍ର ଛୁଟି ଘୋଷଣା କଲେ ଓଡିଶା ସରକାର

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନରେ ମତଦାନ ଲାଗି ଓଡିଶା ସରକାର ସମସ୍ତ କର୍ମଚାରୀମାନଙ୍କୁ ୨ଦିନିଆ ସ୍ୱତନ୍ତ୍ର ଛୁଟି ଘୋଷଣା କରିଛନ୍ତି ।

ଏସମ୍ପର୍କରେ ସମସ୍ତ ବିଭାଗକୁ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଲାଗି ସରକାର ୨ ଦିନିଆ ସ୍ପେଶାଲ କାଜୁଆଲିଟି ଲିଭ୍ (ସିଏଲ) ଛୁଟି ଘୋଷଣା କରିଛନ୍ତି । ଏହି ସରକାରୀ କର୍ମଚାରୀମାନଙ୍କ ସ୍ଥାୟୀ ବାସଗୃହ ଦୂରଦୂରାନ୍ତରେ ରହିଥିବା ହେତୁ ସରକାର ଆଗାମୀ ନିର୍ବାଚନରେ ମତଦାନ ଲାଗି ଏହି ସ୍ୱତନ୍ତ୍ର ନିର୍ବାଚନୀ ଛୁଟି ଘୋଷଣା କରିଛନ୍ତି ।

ଉଲ୍ଲେଖଯୋଗ୍ୟ ରାଜ୍ୟରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ଏପ୍ରିଲ୍ ୧୧ ତାରିଖ ଠାରୁ ଆରମ୍ଭ ହେଉଛି ।

Leave A Reply

Your email address will not be published.