Latest Odisha News

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର: କର୍ମଚାରୀମାନଙ୍କୁ ଦଶହରା ଭେଟି। ଓଡିଶା ସରକାର ବୁଧବାର ଦିନ ମହଙ୍ଗା ଭତ୍ତା ୪% ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୪% ବୃଦ୍ଧି ପାଇଛି। ମହଙ୍ଗା ଭତ୍ତା ୪୬%ରୁ ବଢ଼ି ୫୦%ରେ ପହଞ୍ଚିଲା।

ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ୧, ୨୦୨୪ରୁ ପିଛିଲା ଭାବେ ଲାଗୁ ହେବ। ଯାହା ଫଳରେ ୪.୫ ଲକ୍ଷ ସରକାରୀ କର୍ମଚାରୀ ଏବଂ ୩.୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ବୋଲି ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଧାନସଭା ଏବଂ ଲୋକସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ତଥା ମାର୍ଚ୍ଚ ୧୪ ରେ ସରକାର ମହଙ୍ଗା ଭତ୍ତା ୪% ବୃଦ୍ଧି କରିବାକୁ ଘୋଷଣା କରିଥିଲେ।

Leave A Reply

Your email address will not be published.