Latest Odisha News

BREAKING NEWS

କରୋନା ଡ୍ୟୁଟି ବେଳେ ଆଶା କିମ୍ବା ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ଭତ୍ତା

ଭୁୁବନେଶ୍ୱର: କରୋନା ଡ୍ୟୁଟି ସମୟରେ ଆଶା କିମ୍ବା ଅଙ୍ଗନବାଡି କର୍ମୀଙ୍କର ମୃତ୍ୟୁ ହେଲେ ସରକାର ସେମାନଙ୍କର ପରିବାରର ଜଣଙ୍କୁ ଭତ୍ତା ଦିଆଯିବ । ଏ ନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ଘୋଷଣା କରିଛନ୍ତି ।

ଆଶା ଓ ଅଙ୍ଗନବାଡି କର୍ମୀମାନେ କରୋନା ଡ୍ୟୁଟି କରିବା ସମୟରେ ତାଙ୍କର ମୃତ୍ୟୁ ହେଲେ ଆଶାଙ୍କ ପରିବାର ଜଣଙ୍କୁ ମାସିକ ୫ହଜାର ଟଙ୍କା ଦିଆଯିବ ।

ସେହିପରି ଅଙ୍ଗନବାଡି କର୍ମୀଙ୍କ ପରିବାର ଜଣଙ୍କୁ ମାସିକ ୭ ହଜାର ୫ଶହ ଟଙ୍କା ଦିଆଯିବ । ସେମାନଙ୍କୁ ୬୦ ବର୍ଷ ହେବା ଯାଏଁ ଏହି ଭତ୍ତା ଯୋଗାଇ ଦିଆଯିବ ।

Leave A Reply

Your email address will not be published.