Latest Odisha News

BREAKING NEWS

‘ୱାଲ୍ଡ ଇମୋଜି ଡେ’; ଜାଣନ୍ତୁ, କେମିତି ହୋଇଥିଲା ଆରମ୍ଭ

ନୂଆଦିଲ୍ଲୀ: ଫେସବୁକ୍ ଓ ହ୍ୱାଟ୍ସଆପ୍ ପରି ସୋସିଆଲ୍ ମିଡିଆରେ ଭାବନା ପ୍ରକାଶର ମାଧ୍ୟମ ପାଲଟିଛି ‘ଇମୋଜି’ । ଜୁଲାଇ ୧୭ ତାରିଖରେ ‘ୱାଲ୍ଡ ଇମୋଜି ଡେ’ ପାଳନ କରାଯାଇଥାଏ ।

‘ୱାଲ୍ଡ ଇମୋଜି ଡେ’ ଅବସରରେ ଜାଣନ୍ତୁ ସେ ସମ୍ପର୍କରେ କିଛି…

ପ୍ରଥମ କରି ଇମୋଜି ଡେ ୨୦୧୪ ମସିହା ଆଜିର ଦିନରେ ପାଳନ କରାଯାଇଥିଲା । ଜେରେମି ବର୍ଜ ନାମକ ଜଣେ ବ୍ୟକ୍ତି ଇମୋଜିପିଡିଆର ଆରମ୍ଭ କରିଥିଲେ।

ସର୍ବପ୍ରଥମେ ଆପ୍ପଲ ୨୦୦୨ ମସିହା ଜୁଲାଇ ୧୭ ତାରିଖରେ ନିଜ କ୍ୟାଲେଣ୍ଡର ଆପରେ ଇମୋଜିର ବ୍ୟବହାର କରିଥିଲା । ଯାହାକୁ ଆଇକେଲ୍ କୁହାଯାଏ । ଯାହାର ପରବର୍ତ୍ତୀ ସମୟରେ ଇମୋଜିପିଡିଆ ଜୁଲାଇ ୧୭କୁ ‘ୱାଲ୍ଡ ଇମୋଜି ଡେ’ ରୂପେ ଚୟନ କରିଥିଲା ।

ଆପ୍ପଲ ନିଜ ଆଇଫୋନର କି ୱାଡ୍ ରେ ଇମୋଜିକୁ ସାମିଲ କରିଥିଲା । ବତ୍ତର୍ମାନ ସମୟରେ ଫେସବୁକ୍‌, ହ୍ୱାଟ୍ସଆପ୍‌, ଟ୍ୱିଟର୍‌, ଇନଷ୍ଟାଗ୍ରାମ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ବହୁଳ ଭାବରେ ବ୍ୟବହାର ହେଉଛି ।

ଏବେକା ସମୟରେ ୟୁଜର୍ସମାନେ ନିଜର ମନର ଭାବନାକୁ ପ୍ରକାଶ କରିବା ଲାଗି ଲେଖା ବଦଳରେ ଇମୋଜିର ବ୍ୟବହାର କରୁଛନ୍ତି।

 

Leave A Reply

Your email address will not be published.