Latest Odisha News

BREAKING NEWS

ବାତ୍ୟା ପ୍ରପୀଡ଼ିତଙ୍କ ଲାଗି ରିଲିଫ ପ୍ୟାକେଜ୍ ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ବାତ୍ୟା ପ୍ରପୀଡ଼ିତ ଜନସାଧାରଣଙ୍କ ସହାୟତା ଲାଗି ଓଡ଼ିଶା ସରକାର ରିଲିଫ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ବାତ୍ୟାରେ ଓଡ଼ିଶାରେ ୪୩ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିବା ବେଳେ ହଜାର ହଜାର ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି ।

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ହୋଇଥିବା ରିଲିଫ୍ ପ୍ୟାକେଜ
ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ତଥା ଖାଦ୍ୟ ନିରାପତ୍ତା ଯୋଜନାରେ ଅନ୍ତଭୃକ୍ତ ହୋଇଥିବା ବ୍ୟକ୍ତିମାନେ ୫୦ କେଜି ଚାଉଳ ସହିିତ ୨୦୦୦ ଟଙ୍କା ଏବଂ ପଲିଥିନ ପାଇବେ । ସେହିପରି କଟକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ୫୦୦ ଟଙ୍କା ସହିତ ଅଧିକ ଏକମାସର କୋଟା ଚାଉଳ ପାଇପାରିବେ ।

ସମସ୍ତ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଏକମାସର ଅତିରିକ୍ତ ପେନସନ ସହିତ ଗୃହ ନିର୍ମାଣ ସହାୟତା ପ୍ରଦାନ କରାଯିବ, ମାତ୍ର ଏହା ରିଲିଫ କୋର୍ଡ଼ ଅନୁସାରେ ବଣ୍ଟନ କରାଯିବ । ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘର ଲାଗି ୯୫,୧୦୦ ଟଙ୍କା, ଆଂଶିକ ଭାବେ କ୍ଷତିଗ୍ରସ୍ତ ଘର ଲାଗି ୫,୨୦୦ ଟଙ୍କା ଏବଂ ସାମାନ୍ୟ କ୍ଷତିଗ୍ରସ୍ତ ଗୃହ ଲାଗି ୩,୨୦୦ ଟଙ୍କା ଯୋଗାଇ ଦିଆଯିବ ।

ଯେଉଁ ଘର ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇପଡ଼ିଛି ସେହି ଘରଗୁଡ଼ିକୁ ଗୃହ ନିର୍ମାଣ ଯୋଜନା ଅନୁସାରେ ନିର୍ମାଣ କରାଯିବ ।

ଚାଷରେ କ୍ଷତି ହୋଇଥିବା ତଥା ପରିବା ଏବଂ ଧାନ ଚାଷ ତଥା ପଶୁ ପାଳନରେ କ୍ଷତି ହୋଇଥିବା ଚାଷୀମାନଙ୍କୁ ମଧ୍ୟ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାର ରିଲିଫ ରାଶି ଘୋଷଣା କରିଛନ୍ତି ।

ଋିଲିଫ କାର୍ଯ୍ୟ ଏବଂ ପୁନଃରୁଦ୍ଧାର କାର୍ଯ୍ୟ ସମାପ୍ତ ହେବାପରେ ବୃକ୍ଷରୋପଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ । ଯେଉଁ ବ୍ୟକ୍ତିମାନେ ଅସହାୟ ଅବସ୍ଥାରେ ବସ୍ତି ଅଞ୍ଚଳରେ ବସବାସ କରୁଛନ୍ତି ସେମାନଙ୍କୁ ମଧ୍ୟ ରିଲିଫ ସହାୟତା ଯୋଗାଇ ଦିଆଯିବ । ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ଅନ୍ତର୍ଗତ ଅଞ୍ଚଳରେ ଥିବା ବସ୍ତି ବାସିନ୍ଦା ଯେଉଁମାନଙ୍କ ନିକଟରେ ଏନଏଫଏସଏ ଓ ଏସଏଫଏସଏସ କାର୍ଡ଼ ନଥିବ ସେମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି ।

Leave A Reply

Your email address will not be published.