Latest Odisha News

BREAKING NEWS

ବାତ୍ୟା ‘ଫନି’: ମୃତ୍ୟୁ ସଂଖ୍ୟା ୪୩ ଛୁଇଁଲା

ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବରେ ଓଡିଶାରେ ମୃତକଙ୍କ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି ।

ଏନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଏକ ବିଜ୍ଞପ୍ତିରୁ ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ମେ’ ୩ ତାରିଖ ସକାଳୁ ଆରମ୍ଭ ହୋଇଥିବା ସାମୁଦ୍ରିକ ଝଡ ଫନି ପ୍ରଭାବରେ ପୁରୀ ଜିଲ୍ଲାରେ ସର୍ବାଧିକ ୨୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୟୁରଭଞ୍ଜ ଓ ଯାଜପୁରରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଆହୁରି ମଧ୍ୟ କଟକରେ ୬, କେନ୍ଦ୍ରାପଡାରେ ୩ ଏବଂ ଖୋର୍ଦ୍ଧାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।

ରାଜ୍ୟର ପ୍ରାୟ ୧,୬୫,୩୦,୯୦୦ କୋଟି ଲୋକ ଏହି ବାତ୍ୟାରେ ପ୍ରଭାବିତ ହୋଇଛନ୍ତି । ସେଥିମଧ୍ୟରୁ ମୋଟ ୧୪ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି ।

ବାତ୍ୟା ପ୍ରପୀଡ଼ିତ ଜିଲ୍ଲା ଗୁଡ଼ିକ ହେଲା – ଅନୁଗୁଳ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ, ନୟାଗଡ଼, ଢେଙ୍କାନାଳ ଏବଂ କେନ୍ଦୁଝର ଜିଲ୍ଲା ।

ଆହୁରି ମଧ୍ୟ ଏହି ୧୪ଟି ଜିଲ୍ଲା ମଧ୍ୟରେ ୧୫୯ଟି ବ୍ଲକ୍, ୫୨ଟି ସହରାଞ୍ଚଳ, ୧୮ ହଜାର୧୬୮ ଗ୍ରାମ ଏବଂ ୫ଲକ୍ଷ ୦୮ ହଜାର, ୪୭୬ଟି ଘର ବାତ୍ୟା ଦ୍ୱାରା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।

ତେବେ ବାତ୍ୟା ପ୍ରଭାବରେ ୮୭,୩୯,୬୫୭ ହଜାର ପଶୁ ସମ୍ପଦ କ୍ଷତିଗ୍ରସ୍ତ ହୋଇଥିବାବେଳେ ପାଖାପାଖି ୩୪ ଲକ୍ଷ ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.