Latest Odisha News

BREAKING NEWS

ପଦ୍ମପୁରର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ହେଲେ ଚଭନ କୁନାଲ ମୋତିରାମ

ଭୁବନେଶ୍ବର: ପଦ୍ମପୁର ପାଇଁ ଏକ ନୂତନ ଅତିରିକ୍ତ ଜିଲ୍ଲାପାଳ (ADM) ପଦବୀ ସୃଷ୍ଟି କୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ପଦ୍ମପୁର ର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ହୋଇଛନ୍ତି ୨୦୨୦ ବ୍ୟାଚ୍‌ ର IAS ଅଫିସର ଚଭନ କୁନାଲ ମୋତିରାମ ।

ତେବେ ଏଡିଏମଙ୍କ ନିଯୁକ୍ତି ଫଳରେ ପଦ୍ମପୁରର ବିକାଶ କାମ ତ୍ୱରାନିତ କରିବା ସହିତ ପ୍ରଶାସନିକ, ବ୍ୟବସ୍ଥାକୁ ଅଧିକ ମଜଭୁତ କରି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୀଘ୍ର ସମାଧାନ କରିବାରେ ଏହା ସହାୟକ ହେବ । ପଦ୍ମପୁର ବରଗଡ଼ ଜିଲ୍ଲାର ଏକ ସବଡିଭିଜନ । ତେବେ ମୋତିରାମ ବର୍ତ୍ତମାନ ବାଲେଶ୍ଵର ସବ କଲେକ୍ଟର ଭାବରେ କାର୍ଯ୍ୟରତ ଅଛନ୍ତି ।

 

Comments are closed.