ଭୁବନେଶ୍ୱର: ରାଜ୍ୟରେ କମୁଛି ମାଓବାଦୀଙ୍କ ଗତିବିଧି । ଏହାକୁ ଦୃଷ୍ଟିରେ ରଖି ମାଓବାଦୀ ପ୍ରଭାବିତ ଏସଆରଇ ଜିଲ୍ଲା ତାଲିକାରୁ ପାଞ୍ଚଟି ଜିଲ୍ଲାକୁ ବାଦ ଦେଇଛନ୍ତି ରାଜ୍ୟ ସରକାର । ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ବୌଦ୍ଧ, ସମ୍ୱଲପୁର, ଦେବଗଡ଼ ଓ ନୟାଗଡ଼ । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।
ସଂପୃକ୍ତ ୫ ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇଛି । ସେସବୁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ରହିଛି । ପୂରା ରାଜ୍ୟକୁ ମାଓବାଦୀ ମୁକ୍ତ କରିବା ପାଇଁ ଓଡ଼ିଶା ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି ଡିଜିପି କହିଛନ୍ତି ।
Odisha Govt has approved removal of five districts of Angul ,Boudh , Sambalpur, Deogarh and Nayagarh from LWE affected SRE districts.
This recognises improved security situation in these districts.
Odisha Police is committed to make whole of Odisha LWE free .@CMO_Odisha— DGP, Odisha (@DGPOdisha) July 10, 2020
ନିକଟରେ କନ୍ଧମାଳ ଜିଲ୍ଲାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ହୋଇଥିଲା । ଏଥିରେ ଗଡ଼ିଥିଲା ୫ ମାଓବାଦୀଙ୍କ ମୁଣ୍ଡ । ରାଜ୍ୟରେ ଜାରି ରହିଛି ମାଓ ବିରୋଧୀ ଅଭିଯାନ ।
Comments are closed.