Latest Odisha News

BREAKING NEWS

ପାୟଲ ନାଗଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ

ଭୁବନେଶ୍ୱର: ଓଡ଼ିଶାର ପାରା କ୍ରୀଡ଼ାବିତ୍‌ ପାୟଲ ନାଗଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ୫ମ ଏସିଆନ୍ ପାରା ଗେମ୍ସ ୨୦୨୬ରେ ମହିଳା ପାରା କମ୍ପାଉଣ୍ଡ ଡବଲ୍ସ ବର୍ଗରେ ପାରା ତୀରନ୍ଦାଜ ପାୟଲ ନାଗ ରୌପ୍ୟ ପଦକ ହାସଲ କରିଥିଲେ । ଏହି ସଫଳତା ପାଇଁ ଆଜି କଳିଙ୍ଗ ଷ୍ଟାଡ଼ିୟମ୍‌ଠାରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବଭୂପେନ୍ଦ୍ର ସିଂ ପୁନିଆ ଏବଂ ନିର୍ଦ୍ଦେଶକ ଡ଼ା. ୟେଦୁଲା ବିଜୟ ପାୟଲଙ୍କୁ ସମ୍ବର୍ଦ୍ଧିତ କରିବା ସହ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି ।

କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ କହିଛନ୍ତି ଯେ, ୫ମ ଏସିଆନ୍ ପାରା ଗେମ୍ସ ୨୦୨୬ରେ ପାୟଲ ନାଗ ରୌପ୍ୟ ପଦକ ହାସଲ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି । ପାୟଲଙ୍କ ଏହି ସଫଳତା ଓଡ଼ିଶାର ସମସ୍ତ କ୍ରୀଡ଼ାବିତ୍‌ଙ୍କୁ ପ୍ରେରଣା ପ୍ରଦାନ କରିଛି । ପାୟଲଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିବା ସହ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ସାମଗ୍ରିକ ବିକାଶ ଲକ୍ଷ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ନିରନ୍ତର ଭାବେ କାର୍ୟ୍ୟ କରାଯାଉଛି ବୋଲି ସଚିବ  ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.