Latest Odisha News

BREAKING NEWS

ଇଭେଣ୍ଟ ମ୍ୟାନେଜମେଣ୍ଟରେ ବ୍ୟସ୍ତ ଓଡ଼ିଶା ସରକାର: ବିଜେପି

ଭୁବନେଶ୍ୱର: ରାଜ୍ୟ ବିଜେପିର ୨ ଦିନିଆ କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି । ରାଜ୍ୟ କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ ଗୃହିତ ହୋଇଛି । ଯାହା ଉପରେ ବିଜେପି ସାମ୍ବାଦିକ ସମ୍ମିଳୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । କହିଛି, ଗତ କିଛିଦିନ ହେଲା ଓଡ଼ିଶା ସରକାର ବିଶ୍ୱକପି ହକି, ଡାକୋଟା ଓ ଡଟ୍ ଫେଷ୍ଟ ଭଳି ଇଭେଣ୍ଟ ମ୍ୟାନେଜମେଣ୍ଟରେ ବ୍ୟସ୍ତ ।

ସାଢ଼େ ୪ କୋଟି ଓଡ଼଼ିଆଙ୍କ ମୌଳିକ ସମସ୍ୟା ପ୍ରତି ସରକାରଙ୍କ ନିଘା ନାହିଁ । ମୌଳିକ ପ୍ରସଙ୍ଗକୁ ଲୋକଙ୍କ ନଜରରୁ ହଟାଇ ସରକାର ଇଭେଣ୍ଟ ମ୍ୟାନେଜମେଣ୍ଟ କରୁଛନ୍ତି । ବିଜେଡି ଘଣ୍ଟ ଘଡ଼ାଉଥିବା ପ୍ରସଙ୍ଗକୁ ନେଇ ବିଜେପି ଲୋକଙ୍କ ନିକଟକୁ ଯିବ ବୋଲି କହିଛି ।

ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, ସାଢ଼େ ୪ କୋଟି ଓଡ଼ିଆଙ୍କୁ ଧୋକା ଦେଇଛନ୍ତି ଓଡ଼ିଶା ସରକାର । ରାଜ୍ୟବାସୀ ଏବେ ଅସୁରକ୍ଷିତ, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ । ଲୋକଙ୍କ ସୁରକ୍ଷା, ଧନ ଜୀବନ ରକ୍ଷା ଏବେ ବିରାଟ ପ୍ରଶ୍ନ । ପ୍ରତିଦିନ ୯ଟି ଦୁଷ୍କର୍ମ ଓ ୮ଟି ହତ୍ୟା ଘଟଣା ଘଟୁଛି । ଯେଉଁଥି ପାଇଁ ରାଜ୍ୟ ସରକାର ଦାୟୀ । ୨୨ ବର୍ଷର ଶାସନର ଅହଙ୍କାର ବଢ଼ି ଯାଇଛି । ଶାସକ ଦଳର ମନ୍ତ୍ରୀ, ବିଧାୟକ ଏଥିପାଇଁ ଦାୟୀ ।

ନିକଟରେ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିଥିଲେ । ତାର ତଦନ୍ତ ଠିକ୍ ହେଉ ନାହିଁ । ରକ୍ଷକ ଭକ୍ଷକ ସାଜିଛନ୍ତି । ବିଗତ ଦିନରେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ୍ ମନ୍ତ୍ରୀଙ୍କ ନାଁ ଏତଲାରେ ଥିଲା । କିନ୍ତୁ ସରକାର ସବୁ ଘଟଣା ଉପରେ ଘଣ୍ଟ ଘୋଡ଼ାଇବା ଲାଗି ହକି ଓ ଡାକୋଟାକୁ ମାଧ୍ୟମ କରିଛନ୍ତି ।

Leave A Reply

Your email address will not be published.