Latest Odisha News

BREAKING NEWS

କନ୍ୟାବେଶରେ ମହାକାଶଚାରୀ, ଭାଇରାଲ ହେଉଛି ଫଟୋ


ଜିକାଲି ଫଟୋଗୁଡିକୁ ମାନୁଆଲ ପରିବର୍ତ୍ତେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ମାଧ୍ୟମରେ ତିଆରି କରାଯାଉଛି । ଏହି  ପୋଷ୍ଟ ଗୁଡିକ ଇଣ୍ଟରନେଟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ନିକଟରେ ସୋସିଆଲ ମିଡିଆରେ  ଏକ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି । ଜଣେ ମହିଳା ମହାକାଶଚାରୀଙ୍କୁ କନ୍ୟାବେଶରେ ଦର୍ଶାଯାଇଛି । ମହାକାଶଚାରୀଙ୍କୁ ଫୁଲ ଏବଂ ଅଳଙ୍କାରରେ ସଜାଯାଇଛି  ।

କଳାକାର ଜୟଶ ସଚ୍ଚଦେବ ମହାକାଶଚାରୀ ଏହି ଫଟୋଟିକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଫଟୋରେ ମଡେଲ ମହାକାଶଚାରୀଙ୍କୁ ଫୁଲ ଏବଂ ଅଳଙ୍କାରରେ ସଜାଇ, ତାଙ୍କ ହାତରେ ହେଲମେଟ ଧରିଥିବାର ନଜର ଆସିଛନ୍ତି | (AI) ଭିଜୁଆଲ୍ ସାହାଯ୍ୟରେ ଏହି ଫଟୋ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ମହିଳା ମହାକାଶଚାରୀଙ୍କୁ କନ୍ୟା ଭାବରେ ଦର୍ଶାଯାଇଛି |  ଏହି ପୋଷ୍ଟକୁ ସେୟାର କରି କ୍ୟାପସନରେ ଲେଖାଯାଇଛି, ‘କନ୍ୟାବେଶରେ ମହାକାଶଚାରୀ’ ।

AI ମଡେଲ୍ କ’ଣ? 

ବାସ୍ତବରେ, AI ହେଉଛି ଏପରି ଏକ ଟେକନୋଲଜି, ଯାହା ନିଜେ ଅନୁଧ୍ୟାନ କରି ନିଷ୍ପତ୍ତି ନେବାକୁ ସକ୍ଷମ  ।  ଯଦି ସହଜ ଭାଷାରେ କହିବା , ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଏକ ମନ ଅଛି ।  ଯାହା ସାହାଯ୍ୟରେ ସେମାନେ ନିଜେ ନିଷ୍ପତ୍ତି ନେଇପାରିବେ ଏବଂ ବିନା କୈାଣସି ସାହାଯ୍ୟରେ ସ୍ୱାଧୀନ ଭାବରେ କାର୍ଯ୍ୟ କରିପାରିବ ।

Leave A Reply

Your email address will not be published.