Latest Odisha News

୪୪୩୩ଟି ନୂଆ ନର୍ସିଙ୍ଗ ଅଫିସର ପଦ ସୃଷ୍ଟି କଲେ ରାଜ୍ୟ ସରକାର 

ସ୍ୱାସ୍ଥ୍ୟ ସେବାରେ ଗୁଣବତ୍ତା ପାଇଁ ସରକାର ବଦ୍ଧପରିକର : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ 

ଭୁବନେଶ୍ଵର: ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଅଧିକ ସରଳ, ଶୃଙ୍ଖଳିତ ଏବଂ ଲୋକାଭିମୁଖୀ କରିବା ପାଇଁ ୪୪୩୩ଟି ନୂଆ ‘ନର୍ସିଙ୍ଗ ଅଫିସର’ ପଦବୀ ସୃଷ୍ଟି କରିଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଅନୁମୋଦନ ପରେ ଓଡିଶା ନର୍ସିଙ୍ଗ ସେବା କ୍ୟାଡରର ଏହି ପଦ ଗୁଡିକ ସୃଷ୍ଟି କରାଯାଇଛି । ଏହି ପଦ ଗୁଡିକ ସୃଷ୍ଟି ହେବା ଫଳରେ ସେମାନେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସବ ହେଲଥ ସେଣ୍ଟରଗୁଡିକରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟ କରିବେ।

ହସ୍ପିଟାଲ ପ୍ରତିଷ୍ଠାନରେ ନର୍ସିଙ୍ଗ ସେବାର ଗୁଣୋନ୍ନତି ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ପଦକ୍ଷେପ ରାଜ୍ୟର ସ୍ୱାସ୍ଥ୍ୟ ପରିବେଶକୁ ଆଗାମୀ ଦିନରେ ଅଧିକ ଦକ୍ଷ ଓ ପ୍ରତିବଦ୍ଧ କରିବାରେ ସହାୟକ ହେବ। ଅପରପକ୍ଷରେ ଏହି ପଦବୀ ଗୁଡିକୁ ଅର୍ଥ ବିଭାଗ ସହମତି ଦେଇଛି। ଏହାର ଆଗାମୀ ନିୟମାବଳୀ ଯେପରି ପରୀକ୍ଷା, ପ୍ରଶିକ୍ଷଣ ଆଦି ପୋଷ୍ଟିଂ ଗୁଡିକ ବିଭାଗ ପକ୍ଷରୁ ଖୁବ ଶୀଘ୍ର ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି।

Comments are closed.