Latest Odisha News

BREAKING NEWS

କମିଲା ୩୦ ପ୍ରତିଶତ ସିଲାବସ୍‌

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ପାଠପଢା ପ୍ରଭାବିତ ହୋଇଥିବାରୁ ଚଳିତବର୍ଷର ପାଠ୍ୟକ୍ରମକୁ କମ୍ କରିଛନ୍ତି ସରକାର । ଚଳିତବର୍ଷର ସିଲାବସରେ ୩୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଜି ଏନେଇ ବିଜ୍ଞପ୍ତି ଜାରି କରିଛି । ସଂଶୋଧିତ ସିଲାବସ୍ ଏସସିଇଆରଟି, ବିଏସଇ ଏବଂ ସିଏଚଏସଇ ୱେବସାଇଟରେ ଉପଲବ୍ଧ ହେବ ।

ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସିଲାବସରେ ୩୦ ପ୍ରତିଶତ ହ୍ରାସ କରାଯାଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ଯେ, ମହାମାରୀ କରୋନା ଯୋଗୁଁ ସ୍କୁଲ କଲେଜ୍ ବନ୍ଦ ରହିଛି । ଛାତ୍ରଛାତ୍ରୀ ପାଠପଢାରେ ସମସ୍ୟା ଭୋଗୁଛନ୍ତି । ଅନଲାଇନରେ ପାଠପଢା ବ୍ୟବସ୍ଥା କରାଯାଇଥିଲେ ବି ସବୁ ଅଂଚଳରେ ସବୁ ପିଲା ଏହାର ସୁଫଳ ପାଇପାରୁନାହାଁନ୍ତି । ତେଣୁ ସିଲାବସ କମାଇବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.