Latest Odisha News

BREAKING NEWS

୪ ଜିଲ୍ଲାରେ ୨୦୦ମି.ମିରୁ ଅଧିକ ବର୍ଷା

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟମ ଧରଣର ବୃଷ୍ଟିପାତ ହୋଇଥିବା ବେଳେ କେତେକ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହୋଇଛି । ଆଜି ସକାଳ ସୁଦ୍ଧା ରାଜ୍ୟରେ ହାରାହାରି ୭୬.୬ ମିଲିମିଟର ବୃଷ୍ଟିପାତ ହୋଇଛି ।

ବଡ କଥା ହେଉଛି ୪ଟି ବ୍ଳକରେ ୨୦୦ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଳକରେ ସର୍ବାଧିକ ୨୩୪ମିମି ବର୍ଷା ହୋଇଛି । ସେହିପରି କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଳକରେ ୨୧୦ ମି.ମି, ବୌଦ୍ଧ ଜିଲ୍ଲାର ବୌଦ୍ଧ ବ୍ଳକରେ ୨୦୮.୨ ମି.ମି ଏବଂ ମୟୂରଭଂଜ ଜିଲ୍ଲାର ବାରିପଦା ବ୍ଲକରେ ୨୦୭ ମି.ମି ବର୍ଷା ରେକର୍ଡ କରାଯାଇଛି ।

ରାଜ୍ୟର ୯ଟି ଜିଲ୍ଲାର ୯୨ଟି ବ୍ଳକରେ ୧୦୦ମିଲିମିଟରରୁ ଅଧିକ ବର୍ଷା ହୋଇଛି । ସେହିପରି ୧୧ଟି ଜିଲ୍ଲାର ୯୬ଟି ବ୍ଳକରେ ୫୦ ମି.ମିରୁ ୧୦୦ମି.ମି ମଧ୍ୟରେ ବୃଷ୍ଟିପାତ ରେକର୍ଡ ହୋଇଛି ।

Leave A Reply

Your email address will not be published.