Latest Odisha News

BREAKING NEWS

ଅଲମ୍ପିକ ତାଲିମ ସହାୟତା ସହ ଦୂତି ଚାନ୍ଦଙ୍କୁ ଆଉ ଦେଢ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜାକାର୍ତ୍ତା ଏସିଆନ କ୍ରୀଡାରେ ଲଗାତାର ଭାବେ ଚତ୍ମକାରିତା ପ୍ରଦର୍ଶନ କରି ଓଡିଆ ଝିଅ ତଥା ଦୌଡ ରାଣୀ ଦୂତୀ ଚାନ୍ଦ ରାଜ୍ୟ ତଥା ଦେଶର ଗୌରବ ବୃଦ୍ଧି କରିବାରେ ଲାଗିଛନ୍ତି ।

ଗତକାଲି ୨୦୦ମି. ଦୌଡ ଜିତି ଦୂତି ରୌପ୍ୟ ପଦକ ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଦୂତିଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଏଥିସହିତ ରାଜ୍ୟ ସରକାରଙ୍କ ସଂଶୋଧିତ କ୍ରୀଡା ପୁରସ୍କାର ନୀତି ଅନୁଯାୟୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତୀ ଚାନ୍ଦଙ୍କ ନିମନ୍ତେ ଆଉ ଦେଢ କୋଟିର ପୁରସ୍କାର ରାଶି ଘୋଷଣା କରିଛନ୍ତି । ଏହାସହିତ ଦୂତୀଙ୍କ ଆଗାମୀ ଅଲମ୍ପିକସ୍ ପ୍ରସ୍ତୁତି ନିମନ୍ତେ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ ପୂର୍ବରୁ ୧୦୦ମି. ଦୌଡରେ ଦୂତୀଙ୍କ ସଫଳତା ପରେ ମୁଖ୍ୟମନ୍ତ୍ରୀ ଦେଢ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଏଥିସହିତ ରାଜ୍ୟସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୁଦାୟ ତିନି କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ।

Leave A Reply

Your email address will not be published.