Latest Odisha News

BREAKING NEWS

ହଷ୍ଟେଲରେ ରୋଷେଇ ପାଇଁ ଲାଗିବ ପିଏନଜି

ଭୁବନେଶ୍ବର: ହଷ୍ଟେଲରେ ରୋଷେଇ ପାଇଁ ଲାଗିବ ପିଏନଜି। ଏନେଇ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ ଜାରି ରହିଥିବା LPG ସଙ୍କଟ ଯୋଗୁଁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ହଷ୍ଟେଲରେ ରୋଷେଇ ଯେପରି ବାଧାପ୍ରାପ୍ତ ନହୁଏ ସେନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଅପରପକ୍ଷରେ ଜୁନ ୩୦ ସୁଦ୍ଧା ରିପୋର୍ଟ ଦେବାକୁ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି କରାଯାଇଛି।

ଯେଉଁ ଅଞ୍ଚଳରେ ନେଟୱାର୍କ ପୂର୍ବରୁ ଅଛି, ସେଠାରେ PNG ସଂଯୋଗ ପାଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ବିଭାଗ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତିରେ କୌଣସି ପ୍ରକାରର ବାଧାକୁ ରୋକିବା ପାଇଁ ଏହି ନିର୍ଦ୍ଦେଶନାମା ଦିଆଯାଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ଏହି ନିର୍ଦ୍ଦେଶନାମା ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ଏବଂ ସମ୍ବଲପୁରରେ କାର୍ଯ୍ୟକାରୀ କରାଯିବ। ଯେଉଁଠାରେ ପ୍ରତିଷ୍ଠାନଗୁଡ଼ିକୁ PNG ସଂଯୋଗ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।

 

Comments are closed.