Latest Odisha News

BREAKING NEWS

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଛଟେଇ ହେବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଭାଗରେ କାମ କରୁଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କୁ ଛଟେଇ କରିବା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର ।

ସୂଚନା ଅନୁଯାୟୀ ଗତ ୪ବର୍ଷ ଧରି ଅବସରପ୍ରାପ୍ତ କର୍ମଚାରୀମାନେ ରାଜ୍ୟର ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରିଆସୁଛନ୍ତି । ଏହା ଫଳରେ ନୂତନ ନିଯୁକ୍ତି ହାର କମିବା ସହ ଯୁବପିଢିଙ୍କ ମଧ୍ୟ ବେକାରୀ ସମସ୍ୟା ବଢିବାରେ ଲାଗିଛି ।

ଏଥିସହିତ ଅନ୍ୟପକ୍ଷରେ ଖୁବ୍ ଶୀଘ୍ର ପ୍ରାୟ ୫୦ ହଜାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ଛଟେଇ କରାଯିବା ନେଇ ଜଣାପଡିଛି ।

ତେବେ ଏହିସବୁ କଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏଥିସହିତ ଆଗାମୀ ଦିନରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଯେପରି ପୁନଃ ନିଯୁକ୍ତି ନମିଳେ ସେନେଇ ଧ୍ୟାନ ରଖିବା ପାଇଁ ବିଭାଗୀୟ କତ୍ତୃପକ୍ଷଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.