Latest Odisha News

BREAKING NEWS

ମହିଳାଙ୍କୁ ଅସଦାଚରଣ କରି ସି-ସୋର ଚିଟଫଣ୍ଡ ଅଭିଯୁକ୍ତ ଶୁଭଙ୍କର ନାୟକ ଗିରଫ

ଭୁବନେଶ୍ୱର : କମିଶନରେଟ୍ ପୋଲିସ ସି-ସୋର ଅଭିଯୁକ୍ତ ଶୁଭଙ୍କର ନାୟକଙ୍କୁ ପୁଣିଥରେ ଗିରଫ କରିଛି ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଶୁଭଙ୍କର ଜଣେ ମହିଳାଙ୍କ ସହ ଅସଦାଚରଣ କରିବା ସହିତ ଉକ୍ତ ମହିଳାଙ୍କ ପୁଅ ସହ ମଧ୍ୟ ମାରପିଟ କରିଥିଲେ ।

ଏନେଇ ମହିଳା ଜଣଙ୍କ ଭୁବନେଶ୍ୱର ଖାରବେଳନଗର ଥାନାରେ ଶୁଭଙ୍କରଙ୍କ ବିରୋଧରେ ଏକ ଅଭିଯୋଗ କରିଥିଲେ । ଏଥିସହିତ ଶୁଭଙ୍କର ତାଙ୍କୁ ଓ ତାଙ୍କ ପୁଅକୁ ଗାଳିଗୁଲଜ କରିବା ସହ ମାଡ ମଧ୍ୟ ମାରିଥିବା ନେଇ ଗଣମାଧ୍ୟମ ଆଗରେ ମହିଳା ଜଣଙ୍କ ପ୍ରକାଶ କରିଥିଲେ ।

ତେବେ ଏହି ମାମଲାରେ ପୋଲିସ ଶୁଭଙ୍କରଙ୍କୁ ଗିରଫ କରିଛି ଓ ଏଥିସହିତ ପଚରାଉଚୁରା ଜାରି ରଖିଛି । ଅନ୍ୟପକ୍ଷରେ ଏହି ଘଟଣାକୁ ଆଧାର କରି ପୋଲିସ ଶୁଭଙ୍କର ନାୟକଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୩୫୪, ୩୪୧, ୩୨୩, ୪୨୭ ଓ ୨୯୪ ଧାରାରେ ଏକ ମାମଲା ରୁଜୁ କରିଛି ।

ଉଲ୍ଲେଖଯୋଗ୍ୟ ସି-ସୋର ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ସିବିଆଇ ଦ୍ୱାରା ନଭେମ୍ବର ୧୮ତାରିଖ ୨୦୧୪ ମସିହାରେ ଗିରଫ ହୋଇଥିଲେ ଶୁଭଙ୍କର । ପରବର୍ତ୍ତୀ ସମୟରେ ୨୦୧୭ ମସିହା ଅଗଷ୍ଟ ମାସରେ ଜାମିନରେ ବାହାରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ଶୁଭଙ୍କରଙ୍କ ନାମରେ ଫିକ୍ସିଂ ଅଭିଯୋଗ ମଧ୍ୟ ରହିଛି ।

Leave A Reply

Your email address will not be published.