Latest Odisha News

ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ପ୍ରାଧାନ୍ୟ: ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର: ଏମ୍‌ଏସ୍‌ଏମ୍‌ଇକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି ରାଜ୍ୟ ସରକାର । ଆଜିର ସ୍ଥିତିରେ ଜୀବନ ଓ ଜୀବିକାକୁ ପ୍ରାଧାନ୍ୟ ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି, ଜୀବନକୁ ଆମେ ଯଥେଷ୍ଟ ପ୍ରାଧାନ୍ୟ ଦେଉଛୁ । କୋଭିଡ ସହ ମୁକାବିଲା କରୁଛୁ । ଲାଇଭଲହୁଡ଼ ପାଇଁ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଏମଏସଇ ସେକ୍ଟର ଆଉ ଇଣ୍ଡଷ୍ଟ୍ରି । ଜଣେ ଯଦି ଇଣ୍ଡଷ୍ଟ୍ରି କରୁଛି 9 ଜଣ ଏମଏସଇ କରୁଛନ୍ତି ।

 ଜୀବନ ଓ ଜୀବିକାକୁ ପ୍ରାଧାନ୍ୟ ଦେବା । ଓଡ଼ିଶା ସରକାର ବର୍ତ୍ତମାନ  ସବୁଠୁ ଅଧିକ ଏମଏସଇ ସେକ୍ଟରକୁ ବୁଷ୍ଟ କରିବାକୁ ନିଷ୍ପତ୍ତି ନେଉଛନ୍ତି । ପ୍ରାୟ 70 ପ୍ରତିଶତ ବୁଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଅନେକ ମିଟିଙ୍ଗ ଓ ବିଚାର ବିମର୍ଶ ହୋଇଛି ।

ରୁରାଲ ଇକୋନାମୀକୁ କିଭଳି ଅଧିକ ତ୍ୱରାନ୍ୱିତ କରାଯାଇପାରିବ ସେ ଦିଗରେ ମନରେଗା ଓ କୃଷି କ୍ଷେତ୍ର ଭଳି ପରମ୍ପରାଗତ ବୃତ୍ତିକୁ ତାକୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ଆମେ ଏମଏସଇ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ କରିଛୁ । ଯେଉଁ ଲୋକମାନେ ହାଇସ୍କିଲଡ଼ ସେମାନେ ଫେରିଯାଉଛନ୍ତି। ଯେଉଁମାନେ ବି ରହିବେ ଓଡ଼ିଶାରେ ସେମାନଙ୍କ ନିଯୁକ୍ତି ନେଇ ଆମେ ପ୍ରୟାସ ଆରମ୍ଭ କରିଛୁ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି।

Comments are closed.