Latest Odisha News

ଭୁବନେଶ୍ୱରରେ ୨୪ ଘଣ୍ଟାରେ ୧୭୦ ଆକ୍ରାନ୍ତ, ୧୮୪ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୭୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।

ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୯୨ ଜଣ କ୍ୱାରେଣ୍ଟାଇନ୍ ଏବଂ ୭୮ଟି ସ୍ଥାନୀୟ ମାମଲା ରହିଛି । ସେଥିମଧ୍ୟରୁ ୬ ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରି ରହିଛି । ଅପରପକ୍ଷରେ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୧୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ ୫୨୮୯ କରୋନା ପଜିଟିଭ ମାମଲା ରହିଛି । ତନ୍ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୮୨୩ ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୩୪୩୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଛଡା ୨୫ ଜଣଙ୍କର ମୃତ୍ୟୁ ଘଟିଛି ।
ଅଧିକ ପଢନ୍ତୁ- ଗୋଟିଏ ଦିନରେ ରାଜ୍ୟର ୧୦ ଜିଲ୍ଲାରୁ ୬୭% ପଜିଟିଭ କେସ୍‌

Leave A Reply

Your email address will not be published.