ଭୁବନେଶ୍ୱର: ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଦେବାର ଯୋଜନା ନାହିଁ। ବିଧାନସଭାରେ ବୁଧବାର ଦିନ ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକ ମାଗଣା ବିଦ୍ୟୁତକୁ ନେଇ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ବର୍ତ୍ତମାନ ବିଦ୍ୟୁତ ଓ ଶକ୍ତି ବିଭାଗ ଦାୟିତ୍ଵ ସମ୍ଭାଳୁଥିବା ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ଜବାବରେ କହିଛନ୍ତି ଯେ ରାଜ୍ୟବାସୀଙ୍କୁ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବାର କୌଣସି ଯୋଜନା ବର୍ତ୍ତମାନ ସୁଦ୍ଧା କରାଯାଇନାହିଁ।
ବିଜେପି ସରକାର ନିର୍ବାଚନ ପୂର୍ବରୁ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ ଯୋଗାଇବାର ପ୍ରତିଶୁତି ଦେଇ ପୂରଣ କରିବାରେ ବିଫଳ ହୋଇଥିବା କଥା ବିରୋଧି ଦଳ ଅଭିଯୋଗ କରିଛନ୍ତି।
ତେବେ ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ କରାଇବା ପାଇଁ ଯେଉଁମାନେ ଆଗ୍ରହୀ ସେମାନେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ନିଜସ୍ୱ ବିଦ୍ୟୁତ୍ ଉତ୍ପାଦନ କରିପାରିବେ ବୋଲି ସେ ପ୍ରକାଶ କରିଛନ୍ତି।
“ଏହା ଅଧିନରେ କେନ୍ଦ୍ର ସରକାର ୭୮,୦୦୦ ଟଙ୍କାର ସବସିଡି ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ଛାତ ଉପରେ ୩ କିଲୋୱାଟ ପର୍ଯ୍ୟନ୍ତ ସୌର ପ୍ଲାଣ୍ଟ ସ୍ଥାପନ ପାଇଁ ୬୦,୦୦୦ ଟଙ୍କା ଦେଉଥିବା ମଧ୍ୟ ସେ କହିଛନ୍ତି। ଏହି ଯୋଜନା ଅନ୍ତର୍ଗତ ଗ୍ରାହକମାନେ ପ୍ରତି ମାସରେ ପ୍ରାୟ ୩୦୦ ୟୁନିଟ୍ ସୌରଶକ୍ତି ଉତ୍ପାଦନ କରିପାରିବେ” ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
Comments are closed.