Latest Odisha News

ଓଡ଼ିଶାରେ ୯୮ ହଜାରରୁ ଅଧିକ ପଦବୀ ଖାଲି, ଚାକିରି ଆଶାୟୀଙ୍କ ବୟସ ସୀମା ବଢ଼ାଇବାକୁ ନାହିଁ ଯୋଜନା

ଭୁବନେଶ୍ୱର: ୨୦୨୪ ଜାନୁଆରି ସୁଦ୍ଧା ବିଭିନ୍ନ ବିଭାଗରେ ୯୮ ହଜାରରୁ ଅଧିକ ପଦବୀ ଖାଲି ପଡ଼ିଛି। ଓଡ଼ିଶା ସରକାର ଏହା ସ୍ୱୀକାର କରିଛନ୍ତି ଯେ ସରକାରୀ ସ୍ତରରେ ବ୍ୟାପକ କର୍ମଚାରୀ ଅଭାବ ରହିଛି।

ମଙ୍ଗଳବାର ବିଧାନସଭାରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୪୧ଟି ବିଭାଗ ମଧ୍ୟରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସର୍ବାଧିକ ୨୬,୮୧୫ଟି ପଦବୀ ଖାଲି ଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୨୧,୮୪୪ଟି ପଦବୀ ଖାଲି ପଡ଼ିଛି। ଶିଳ୍ପ ବିଭାଗରେ ସର୍ବନିମ୍ନ ମାତ୍ର ଗୋଟିଏ ପଦବୀ ଖାଲି ପଡ଼ିଛି।

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୪୨କୁ ବୃଦ୍ଧି କରିବା ପାଇଁ ସମାଜର କିଛି ବର୍ଗର ଦାବି ଅନୁଯାୟୀ କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ଖାଲି ପଡ଼ିଥିବା ପଦବୀ ପୂରଣ ଓ ରାଜ୍ୟର ଯୁବକଯୁବତୀଙ୍କୁ ରୋଜଗାର ସୁଯୋଗ ଯୋଗାଇବାରେ ବିଫଳ ହୋଇଥିବାରୁ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ସମାଲୋଚନା କରିଛନ୍ତି।

Comments are closed.