Latest Odisha News

ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗାଭତ୍ତା ୨ ପ୍ରତିଶତ ବୃଦ୍ଧି କଲେ

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨ ପ୍ରତିଶତ ମହଙ୍ଗା ଭତ୍ତା ଓ ଟି.ଆଇ ମଞ୍ଜୁର କରିଛନ୍ତି ।

ଏହି ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହେବା ଫଳରେ ବର୍ତ୍ତମାନ ମୋଟ ମହଙ୍ଗା ଭତ୍ତାର ପରିମାଣ ୯ ପ୍ରତିଶତରେ ପହଞ୍ଚିଲା ।

ଏହା ୧ ଜୁଲାଇ ୨୦୧୮ ରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବା ନେଇ ଜଣାପଡିଛି । ୱାର୍କ ଚାର୍ଜ କର୍ମଚାରୀଙ୍କ ସମେତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଶିକ୍ଷକ ଓ କର୍ମଚାରୀମାନେ ମଧ୍ୟ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଦ୍ୱାରା ଉପକୃତ ହେବା ନେଇ ଜଣାପଡିଛି ।

Leave A Reply

Your email address will not be published.