Latest Odisha News

BREAKING NEWS

ସରକାରୀ କର୍ମଚାରୀଙ୍କ ପାଇଁ ବଡ ଘୋଷଣା : ଚାକିରିରେ ଥାଇ ମୃତ୍ୟୁ ହେଲେ ମିଳିବ ୧୦ଲକ୍ଷ

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କୁ ଖୁସି କରିବା ପାଇ ବିଜେଡି ସରକାରର ବଡ ଘୋଷଣା । ଚାକିରିରେ ଥାଇ ମୃତ୍ୟୁ ବରଣ କଲେ ମିଳିବ ୧୦ ଲକ୍ଷ । ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ସରକାରୀ କର୍ମଚାରୀଙ୍କ  ପାଇଁ ରାଜ୍ୟ ସରକାର ବଡ ଘଷାଣା କରିଛନ୍ତି । ଡ୍ୟୁଟିରେ ଥିବା  ସମୟରେ ଯଦି କୌଣସି କର୍ମଚାରୀଙ୍କର ମୃତ୍ୟୁ ଘଟେ ତେବେ ସେମାନଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ।   ପୂର୍ବରୁ ଏହି ସହାୟତାର ପରିମାଣ  ୪ ଲକ୍ଷ ଟଙ୍କା ଥିଲା ।

ସେତିକି  ନୁହେଁ, ଯଦି କୌଣସି ଆଘାତ ଯୋଗୁ   ସରକାରୀ କର୍ମଚାରୀ ଅକ୍ଷମ ହୋଇଯାଆନ୍ତି ତେବେ  ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶିର ପରିମାଣ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ  ବୃଦ୍ଧି କରାଯାଯାଇଛି । ଆଂଶିକ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶିର ପରିମାଣ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.