Latest Odisha News

ଜୁଲାଇ ୧ରୁ ଅମରନାଥ ଯାତ୍ରା ଆରମ୍ଭ; ବାବାଙ୍କ ଫଟୋ ଜାରି

ଶ୍ରୀନଗର: ଜୁଲାଇ ୧ ତାରିଖରୁ ଯାତ୍ରା ଅମରନାଥ ଯାତ୍ରା ଆରମ୍ଭ ହେବ। ତା ପୂର୍ବରୁ ପ୍ରୁସ୍ତୁତି ଜୋର୍‌ସୋର୍‌ରେ ଜାରି ରହିଛି। ବାବା ଅମରନାଥଙ୍କର ଫଟୋ ମଧ୍ୟ ଜାରି ହୋଇଛି।ଫଟୋରେ ଗୁମ୍ଫା ଭିତରେ ପ୍ରାକୃତିକ ଉପାୟରେ ହୋଇଥିବା ବରଫ ଶିବଲିଙ୍ଗ ସ୍ପଷ୍ଟ ଦେଖାଯାଉଛି। କେବଳ ଶିବଲିଙ୍ଗ ନୁହଁନ୍ତି ମା ପାର୍ବତୀ ଓ ଗଣେଶଙ୍କର ପ୍ରତୀକ କୁହାଯାଉଥିବା ହିମସ୍ତମ୍ବ ବି ପୂରା ସ୍ପଷ୍ଟ ଦେଖାଯାଉଛି।

Amarnath Yatra 2023: पवित्र अमरनाथ गुफा से शिवलिंग की तस्वीरें जारी, 1 जुलाई से शुरू होगी यात्रा


ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଆାଉ ମାସେ ସମୟ ବାକି ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଯାତ୍ରା ପାଇଁ ରାସ୍ତା ତିଆରି କରିବା କାମ ଜାରି ରହିଛି। ସମସ୍ତ ବ୍ୟବସ୍ଥା ସରକାରୀ ଅଧିକାରୀଙ୍କ ସମେତ ସୁରକ୍ଷାବଳର ଯବାନମାନେ ଗୁମ୍ଫା ନିକଟରେ ପହଞ୍ଚି ସାରିଛନ୍ତି।

Amarnath Yatra 2023: पवित्र अमरनाथ गुफा से शिवलिंग की तस्वीरें जारी, 1 जुलाई से शुरू होगी यात्रा

ଅମରନାଥ ଯିବା ରାସ୍ତାରେ ବରଫ କାଟି ରାସ୍ତା ତିଆରି କରାଯାଉଛି। ଦୁଇଟି ରାସ୍ତା ବାଲଟାଲ୍ ଓ ଚନ୍ଦନବାଡ଼ିରେ ସେନା ସୀମା ସଡ଼କ ସଂଗଠନ କାମ ଜାରି ରହିଖିଛି।  ତେବେ ଗତବର୍ଷ ଅପେକ୍ଷା ଏ ବର୍ଷ ଅଧିକ ବରଫପାତ ହୋଇଛି। ରାସ୍ତାରେ ଏବେ ବି ୧୦-୨୦ ଫୁଟ ଲମ୍ବର ବରଫ ଜମି ରହିଛି।

Amarnath Yatra 2023: पवित्र अमरनाथ गुफा से शिवलिंग की तस्वीरें जारी, 1 जुलाई से शुरू होगी यात्रा

ଜୁଲାଇ ୧ ତାରିଖରୁ ଅମରନାଥ ଯାତ୍ରା ଆମ୍ଭ ହେବାକୁ ଥିବା ବେଳେ ରାକ୍ଷୀପୂର୍ଣ୍ଣିମା ପରେ ଯାତ୍ରା ଶେଷ ହେବ ବୋଲି ସୂଚନା ମିଳିଛି। ଅମରନାଥ ଯାତ୍ରା ପାଇଁ ଏପ୍ରିଲ ୧୦ ତାରିଖରେ ସାରଣୀ ଜାରି ହୋଇଥିଲା। ୬୨ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଯାତ୍ରା ଏପ୍ରିଲ ୧୭ ତାରିଖରୁ ଅଫ୍‌ଲାଇନ୍ ଓ ଅନ୍‌ଲାଇନ୍ ପଞ୍ଜିକରଣ ଆରମ୍ଭ ହୋଇଛି।

Amarnath Yatra 2023: पवित्र अमरनाथ गुफा से शिवलिंग की तस्वीरें जारी, 1 जुलाई से शुरू होगी यात्रा

୨୦୨୩ରେ ଅମରନାଥ ଯାତ୍ରା ବୟସ ଅବଧି ଧାର୍ଯ୍ୟ କରାଯାଇଛି। ୧୩ରୁ ୭୫ ବର୍ଷ ବୟସର ଲୋକେ ଏଥିପାଇଁ ଆବେଦନ କରିପାରିବେ। ଏତତ ବ୍ୟତୀତ ଯଦି କୌଣସି ମହିଳା ୬ ମାସରୁ ବି ଅଧିକ ଦିନ ହେବ ଗର୍ଭବତୀ ଅଛନ୍ତି ତେବେ ତାଙ୍କୁ ଅମରନାଥ ଯାତ୍ରା ମନା ହୋଇଛି।

Leave A Reply

Your email address will not be published.