Latest Odisha News

BREAKING NEWS

ଛଟ ପୂଜା ପାଳନ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ଚଳିତ ବର୍ଷ ଛଟ ପୂଜା ପାଳନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଓଡିଶା ସରକାର । ଏପରିକି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନଦୀ ପଠାରେ ଏକାଠି ଗାଧୋଇବା ଉପରେ ମଧ୍ୟ କଟକଣା ଲଗାଯାଇଛି ।

ଘରେ ରହି ପୂଜା କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ନିର୍ଦେଶ ଦେଇଛନ୍ତି । ନଭେମ୍ବର ମାସ ୨୦ ଓ ୨୧ ପାଇଁ ଏହି କଟକଣା କରାଯାଇଛି।

ଏହି ଛଟ ପୂଜା ସମୟରେ ନଦୀ ପଠା ଗୁଡିକରେ ଶ୍ରଦ୍ଧାଳୁ ମାନେ ସମୂହ ସ୍ନାନ କରିଥାନ୍ତି । ହେଲେ ଚଳିତ ଥର ଏଭଳି କଲେ କରୋନା ସଂକ୍ରମଣ ବୃଦ୍ଧିର ଆଶଙ୍କା ରହିଛି ବୋଲି ସୂଚନା ଦେଇଛନ୍ତି ଏସଆରସି।

ତେବେ ସମସ୍ତ କୋଭିଡ ପ୍ରୋଟୋକଲ୍ ମାନିବା ସହ ଏକାଠି ବୁଡ ତଥା ନ ଗାଧୋଇବା ପାଇଁ ସେ ନିବେଦନ କରିଛନ୍ତି । ଏପରିକି ମାସ୍କ, ହାତ ସଫା ଓ ସାମାଜିକ ଦୁରତା ବଜାୟ ରଖିବାକୁ ସେ କହିଛନ୍ତି ।

ଯଦି କେହି ନିୟମର ଉଲ୍ଲଂଘନ କରନ୍ତି ତାହେଲେ ସେମାନଙ୍କ ବିରୋଧରେ ଦୃଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ମିଳିଛି ।

Comments are closed.