Latest Odisha News

BREAKING NEWS

EV Policy 2025: ୨୦୩୬ ସୁଦ୍ଧା ୭୦ ପ୍ରତିଶତ ଇଲେକ୍ଟ୍ରିକ୍ ଗାଡ଼ି ଲକ୍ଷ୍ୟ: ମିଳିବ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର: ଓଡ଼ିଶା ଭେଇକିଲ୍ ପଲିସି-୨୦୨୫ ପାଇଁ ଆସିଲା ଚିଠା ପ୍ରସ୍ତାବ। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆସିଲା ଚିଠା ପ୍ରସ୍ତାବ। ଏହି ପ୍ରସ୍ତାବ ଅନୁସାରେ ରାଜ୍ୟରେ ୨୦୩୬ ସୁଦ୍ଧା ୭୦% ଓ ୨୦୪୭ ସୁଦ୍ଧା ୮୦% ଇଭି ଭେଇକିଲ ଗଡ଼ିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୩୦ ମସିହା ସୁଦ୍ଧା ସବୁ ପ୍ରକାର ଗାଡ଼ିରେ ଇଭି ଗ୍ରହଣୀୟତାକୁ ୫୦ ପ୍ରତିଶତ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବିଦ୍ୟୁତ୍ ଚାଳିତ ଗାଡ଼ିରେ ପ୍ରୋତ୍ସାହନ ରାଶି ଦେବେ ସରକାର ।

ଦୁଇ ଚକିଆ, ତିନିଚକିଆ, ଚାରି ଚକିଆ, ବସ୍, ମାଲବାହୀ ଗାଡ଼ି, ଆମ୍ବୁଲାନ୍ସ, କୃଷି ଉପକରଣ ସବୁ କ୍ଷେତ୍ରରେ ଇଭିକୁ ପ୍ରୋତ୍ସାହିତ କରାଯିବ। ପୁରୁଣା ଗାଡ଼ି ବଦଳାଇ ନୂଆ ଇଭି ନେଲେ ସାଧାରଣ ଗ୍ରାହକ ଓ ବ୍ୟାବସାୟିକ ସଂସ୍ଥା ଗୁଡିକୁ ପ୍ରୋତ୍ସାହନ ଦେବାକୁ ଏହି ନୀତିରେ ବ୍ୟବସ୍ଥା ରହିଛି। ଏଥିସହିତ ରାଜ୍ୟରେ ଇଭି, ଏହାର ଉପକରଣ ଓ ବ୍ୟାଟେରି ନିର୍ମାଣକୁ ମଧ୍ୟ ସରକାର ପ୍ରୋତ୍ସାହିତ କରିବେ। ଚିଠା ଇଭି ବିଲ୍‌କୁ ନେଇ ଅଂଶୀଦାର ମାନଙ୍କଠାରୁ ମତାମତ ଆହ୍ବାନ କରାଯାଇଛି।

ଓଡ଼ିଶା ସରକାର ଏହି ନୂତନ ବୈଦ୍ୟୁତିକ ଯାନ (EV) ନୀତି “ଓଡ଼ିଶା ବୈଦ୍ୟୁତିକ ଯାନ ନୀତି ୨୦୨୫” ପ୍ରଚଳନ କରିଛନ୍ତି ଯାହା ଦ୍ଵାରା ଓଡ଼ିଶାକୁ ଗ୍ରହଣ, ଅନୁକୂଳନ, ଗବେଷଣା ଏବଂ ବିକାଶ ମାଧ୍ୟମରେ ଇଭିର ପ୍ରୋତ୍ସାହନରେ ଏକ ମଡେଲ ରାଜ୍ୟ ଭାବରେ ଗଢ଼ି ତୋଳିବା ସହିତ ଅଂଶୀଦାର ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ନିଯୁକ୍ତି ବୃଦ୍ଧିକୁ ସହଜ କରାଯାଇପାରିବ। ରାଜ୍ୟ ସରକାର ଏହା ମଧ୍ୟ କହିଛନ୍ତି ଯେ ଡ୍ରାଫ୍ଟ ନୀତିରେ ଅନ୍ତର୍ଭୁକ୍ତ କିମ୍ବା ବାଦ ଦେବା ପାଇଁ ଯେକୌଣସି ପରାମର୍ଶ ଓଡ଼ିଶା ଗେଜେଟରେ ପ୍ରକାଶନ ତାରିଖରୁ ତିରିଶ ଦିନ ମଧ୍ୟରେ ବ୍ୟକ୍ତିଗତ ଭାବରେ, ପୋଷ୍ଟ କିମ୍ବା ଇ-ମେଲ୍ ମାଧ୍ୟମରେ (ctsec.or@od.gov.in) ସ୍ବାକ୍ଷରକାରୀଙ୍କ ଦୃଷ୍ଟିକୁ ଅଣାଯାଇପାରିବ।

ଓଡ଼ିଶା ବୈଦ୍ୟୁତିକ ଯାନ ନୀତି ୨୦୨୫ ଡିସେମ୍ବର ୨୧, ୨୦୩୦ ପର୍ଯ୍ୟନ୍ତ ବୈଧ। ନୂତନ ପୋଲିସ ଅନୁଯାୟୀ ରାଜ୍ୟ ସରକାର ସର୍ବାଧିକ ୨୦ ହଜାର ଟଙ୍କାରୁ ୨୦,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଏହା ସହିତ ଏକ ରାଜ୍ୟସ୍ତରୀୟ କାର୍ଯ୍ୟ ବାହିନୀ ଗଠନ କରିଛି ଯେଉଁଥିରେ ମୁଖ୍ୟ ସଚିବଙ୍କୁ ଅଧ୍ୟକ୍ଷ, ଉନ୍ନୟନ କମିଶନର-କମ-ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଉପାଧ୍ୟକ୍ଷ, ବାଣିଜ୍ୟ ଓ ପରିବହନ ବିଭାଗର ସଚିବଙ୍କୁ ସଦସ୍ୟ-ସଂଯୋଜକ ଭାବେ ରଖାଯାଇଛି ।

https://youtu.be/TJi4lsj6734?si=T4VNZu_qCch7URPI

Comments are closed.