Latest Odisha News

BREAKING NEWS

ମୃତକଙ୍କ ହେବନି କରୋନା ପରୀକ୍ଷା

ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ ହେବନି କୋଭିଡ ଟେଷ୍ଟ । ମୃତକଙ୍କ କରୋନା ପରୀକ୍ଷା ନକରିବା ଲାଗି ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ଅଯଥାରେ ମୃତଦେହ ହସ୍ତାନ୍ତରରେ ବିଳମ୍ବ ହେବା ସହ ମୃତକଙ୍କ ପରିବାରବର୍ଗ ଶୋଷଣରୁ ମୁକ୍ତ ହୋଇପାରିବେ । ଏଥିସହ ଯେଉଁ ସରକାରୀ ଏବଂ ବେସରକାରୀ ହସ୍ପିଟାଲ ଗୁଡିକରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ସେଠାରେ ପ୍ରାଣ ହରାଉଥିବା ରୋଗୀଙ୍କ ସମସ୍ତ ତଥ୍ୟ ୪୮ ଘଂଟା ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରୋଗୀଙ୍କ ବେଡ୍ ରେଟ୍ ଟିକେଟ୍‌, ବିଭିନ୍ନ ନମୂନା ପରୀକ୍ଷା ରିପୋର୍ଟ, କୋଭିଡ ପରୀକ୍ଷା ରିପୋର୍ଟ ଦାଖଲ କରିବାକୁ ହେବ । ରୋଗୀଙ୍କ ପୂର୍ବରୁ କେଉଁ ପ୍ରକାର ରୋଗ ରହିଥିଲା ଏବଂ ଆଡମିଶନ ସମୟରେ ତାଙ୍କର କେଉଁ କେଉଁ ଲକ୍ଷଣ ରହିଥିଲା ସେ ସବୁ ସମ୍ପର୍କରେ ରାଜ୍ୟସ୍ତରୀୟ କମିଟିକୁ ଜଣାଇବାକୁ ପଡିବ । ଏଥିରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ନାମ ଓ ଯୋଗଯୋଗ ନମ୍ବର ମଧ୍ୟ ରହିବ ।

Leave A Reply

Your email address will not be published.