Latest Odisha News

ଆଜି ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ କିଛି ଦିନ ହେବ ପ୍ରତିଦିନ ୯୦ ହଜାରୁର ଏକ ଲକ୍ଷ ପର୍ଯ୍ୟନ୍ତ ନୂଆ ମାମଲା ଆସଛି । ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ । ଆଜି ମୋଦୀ ମହାମାରୀ କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଥା ହେବେ।

ଏହି ୭ ରାଜ୍ୟଗୁଡିକ ହେଲା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତାମିଲନାଡୁ, ଦିଲ୍ଲୀ ଏବଂ ପଞ୍ଜାବ । ଏହି ରାଜ୍ୟଗୁଡିକରେ ଦେଶର ସର୍ବାଧିକ କରୋନା ସଂକ୍ରମଣ ମାମଲା ରହିଛି । ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଏହି ରାଜ୍ୟଗୁଡିକର ସ୍ବାସ୍ଥ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ । ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏହି ରାଜ୍ୟଗୁଡିକ ସହିତ ସାମ୍ପ୍ରତିକ ପରିସ୍ଥିତି, ଅନଲକ୍ ର ଫଳାଫଳ, ପରୀକ୍ଷଣର ଗତି ଏବଂ ଆଗାମୀ ରଣନୀତି ବିଷୟରେ ଆଲୋଚନା କରିବେ ।

Leave A Reply

Your email address will not be published.