Latest Odisha News

BREAKING NEWS

ମକର ସଂକ୍ରାନ୍ତି ଏବଂ ପୋଙ୍ଗାଲ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ମକର ସଂକ୍ରାନ୍ତି ଓ ପୋଙ୍ଗାଲ ପାଇଁ ରାଜ୍ୟ ସରକାର ଗାଇଡ ଲାଇନ ଜାରି କରିଛନ୍ତି । ମକର ସଂକ୍ରାନ୍ତିରେ ସମୁଦ୍ର କୂଳ ,ଘାଟ ଏବଂ ପୋଖରୀ ନିକଟରେ ଗହଳି ମନା କରାଯାଇଛି । ମକର ମେଳା ଆୟୋଜନ କରାଯାଇ ପାରିବ ନାହିଁ । ମକର ସଂକ୍ରାନ୍ତି ଏବଂ ପୋଙ୍ଗଲରେ ସମସ୍ତ ଧାର୍ମିକ ସ୍ଥାନ ଏବଂ ପୀଠ ଶ୍ରଦ୍ଧାଳୁଙ୍କ ପାଇଁ ମନା । ପରମ୍ପରା ରକ୍ଷା ପାଇଁ ପୀଠରେ ରୀତିନୀତିରେ ପୂଜାର୍ଚ୍ଚନା ହେବ  ।

ସୀମିତ ପୂଜକଙ୍କୁ ନେଇ ପୂଜା ହେବ । ପୂଜା ସମୟରେ କୋଭିଡ ଗାଇଡଲାଇନର ପାଳନ ଉପରେ ଗୁରୁତ୍ୱ ଦିଆଯିବ । ଲୋକେ ନିଜ ଘରେ ରହି ମକର ସଂକ୍ରାନ୍ତି ଏବଂ ପୋଙ୍ଗାଲରେ ପୂଜାର୍ଚ୍ଚନା କରିପାରିବେ ବୋଲି ଏସଆରସିଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନରେ କୁହାଯାଇଛି ।

Leave A Reply

Your email address will not be published.