ଭୁବନେଶ୍ୱର: ଘରୋଇ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ମଧ୍ୟରେ ବଢୁଥିବା କରୋନା ମାମଲା ଯୋଗୁଁ ରାଜ୍ୟ ସରକାର ସାତ ଦିନ ମଧ୍ୟରେ ସେମାନଙ୍କ କର୍ମଚାରୀଙ୍କୁ ସଂକ୍ରମଣ ନିରାକରଣ ଏବଂ ନିୟନ୍ତ୍ରଣ (ଆଇପିସି) ଉପରେ ତାଲିମ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶାଳୟର ଏକ ନିର୍ଦ୍ଦେଶ ଅନୁଯାୟୀ ଘରୋଇ ଡାକ୍ତରଖାନାଗୁଡ଼ିକୁ ସେମାନଙ୍କ କର୍ମଚାରୀଙ୍କ ପାଇଁ ଆଇପିସି ତାଲିମ ଉପରେ ଏକ କପ୍ଲିଆନ୍ସ ପ୍ରମାଣପତ୍ର ସରକାରଙ୍କ ନିକଟରେ ଦାଖଲ କରିବାକୁ ପଡିବ।
ସୂଚନାନୁଯାୟୀ ଭୁବନେଶ୍ୱରର ଚାରିଟି ଘରୋଇ ଡାକ୍ତରଖାନାର ଡାକ୍ତରଙ୍କ ସମେତ ୪୦ରୁ ଅଧିକ କର୍ମଚାରୀ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ପରେ ଏହି ନିର୍ଦ୍ଦେଶନାମା ଆସିଛି।
ଏହା ବ୍ୟତୀତ ବେସରକାରୀ ଡାକ୍ତରଖାନା ଗୁଡ଼ିକ ଜଣେ ନୋଡାଲ୍ ଅଧିକାରୀଙ୍କ ସହ ତାଙ୍କ ଫୋନ୍ ନମ୍ବର ଏବଂ ଇମେଲ୍ ଠିକଣା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିକଟରେ ଦାଖଲ କରିବା ଜରୁରୀ। ଏପରିକି ଡାକ୍ତରଖାନାଗୁଡ଼ିକ ଏକ ଜ୍ୱର କ୍ଲିନିକ୍ ଏବଂ କରୋନା ସନ୍ଦିଗ୍ଧଙ୍କ ଲାଗି ଏକ ପୃଥକ ଆଇସୋଲେଟେଡ ପ୍ରତିଷ୍ଠା କରିବେ ।
Comments are closed.