Latest Odisha News

ହସ୍ପିଟାଲରୁ ଖସି ଚାଲିଗଲେ ସଂଦିଗ୍ଧ କରୋନା ରୋଗୀ !

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲ୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ (ଭିମସାର)ର ଆଇସୋଲେସନ ୱାର୍ଡ଼ରୁ ଜଣେ ସନ୍ଦିଗ୍ଧ କରୋନା ରୋଗୀ ଖସି ଚାଲିଯାଇଛନ୍ତି ।

ଏହି ଘଟଣା ସମ୍ପର୍କରେ ବୁଧବାର ଜଣାପଡ଼ିଥିବା ନେଇ ଭିମସାର୍ ସୂତ୍ରରୁ ସୂଚନା ମିଳିଛି ।

ଅଧିକ ପଢନ୍ତୁ: ଘରୋଇ ହସ୍ପିଟାଲ ଲାଗି କୋଭିଡ ନିୟମ ଜାରି କଲେ ଓଡିଶା ସରକାର

ମିଳିଥିବା ସୂଚନାନୁଯାୟୀ, ବରଗଡ଼ ଜିଲ୍ଲା ଅମ୍ବାଭୋନ ଗ୍ରାମର ଜଣେ ମହିଳା ରୋଗୀ ମଙ୍ଗଳବାର ଦିନ ୨ଟା ୪୫ରେ ତାଙ୍କର ହୃଦରୋଗ ନିମନ୍ତେ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।

ମହିଳା ଜଣକ ଏକ କଣ୍ଟେନମେଣ୍ଟ ଜୋନରେ ରହିଥିବା ଯୋଗୁଁ ଏବଂ କରୋନା ରୋଗ ଥିବା ସନ୍ଦେହ କରି ତାଙ୍କୁ ଚିକିତ୍ସା ନିମନ୍ତେ ଆଇସୋଲେସନ ୱାର୍ଡ଼ରେ ଭର୍ତ୍ତି କରାଯାଇଥିଲା ।

ଏପରିକି କରୋନା ପରୀକ୍ଷା ଲାଗି ତାଙ୍କର ସ୍ୱାବ ନମୂନା ସଂଗ୍ରହ କରାଯାଇଥିଲା । ତେବେ, ବୁଧବାର ଦିନ ସେ ହସ୍ପିଟାଲରେ ନଥିବା ଜଣାପଡ଼ିଥିଲା ।

Leave A Reply

Your email address will not be published.