Latest Odisha News

BREAKING NEWS

ଜାତୀୟ ଶିକ୍ଷା ନୀତି ୨୦୨୦: ଜାନୁୟାରୀ ୨୧ରୁ ୨୩ ଯାଏଁ ହେବ ଜାତୀୟ ଶିକ୍ଷା ନୀତି କର୍ମଶାଳା

ଭୁବନେଶ୍ଵର: ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦ । ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ ନେଇ ବିଦ୍ୟାଳୟ ଓ ଗଣଣିକ୍ଷା ମନ୍ତ୍ରୀଙ୍କ ସୂଚନା । ଜାନୁୟାରୀ ୨୧ରୁ ୨୩ ଯାଏଁ ହେବ ଜାତୀୟ ଶିକ୍ଷା ନୀତି କର୍ମଶାଳା । ଜାତୀୟ ଶିକ୍ଷା ନୀତି ହେଲେ ଜିରୋ ଡ୍ରପ୍‌ ଆଉଟ ସହ ଗୁଣାତ୍ମକ ଶିକ୍ଷା ମିଳିପାରିବ । ପରବର୍ତ୍ତୀ ସମୟରେ ବାଲବାଟିକା ୧ ଓ ୨ ବି ନେବାକୁ ଯୋଜନା ରଖାଯାଇଛି । ପିଏମ୍‌ଶ୍ରୀ ଯୋଜନା ପାଇଁ କେନ୍ଦ୍ର ସହ ଏମ୍‌ଓୟୁରେ ୩୫୦ ସ୍କୁଲ ମିଳିଛି । ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ଏକ ଐତିହାସିକ ପଦକ୍ଷେପ । ଏହାଦ୍ଵାରା ଶିକ୍ଷା ସରଳୀକରଣ ହେବ । ଏଫ୍ଏଲ୍ଏମର ନିପୁଣ ଓଡ଼ିଶା ଲାଗୁ କରାଯିବ । ପ୍ରାଥମିକ ସ୍ତରରେ ପିଲା ମାନେ ଭିତ୍ତି ଠିକ ରହିବା ନେଇ ପ୍ରତି ପଂଚାୟତରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କରିବାକୁ ଯାଉଛନ୍ତି ସରକାର । ଏଥିରେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉ । ବିଦ୍ୟାଳୟ ସ୍ତରରେ ଧନ୍ଦାମୂଳକ ଶିକ୍ଷା ବି ଦିଆଯାଉଛି । ବିଶେଷ କରି ଓଡ଼ିଆ ଭାଷା କଳା ଓ ସଂସ୍କୃତିକୁ ବି ଏଥିରେ ପ୍ରଚାର ପ୍ରସାର କରାଯାଉଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ତେବେ ଜାତୀୟ ଶିକ୍ଷା ନୀତି ଲାଗୁ ହେଲେ ଜିରୋ ଡ୍ରପ ଆଉଟ ହେବା ସହ ଗୁଣାତ୍ମକ ଶିକ୍ଷା ମିଳି ପାରିବ । ସେଥିପାଇଁ ମାଧ ସିଂ ହାତଖର୍ଚ୍ଚ ଯୋଜନା ବି ଲାଗୁ ହୋଇଛି । ଏଥିରେ ୧୫୬ କୋଟି ବ୍ୟୟ ବରାଦ ହୋଇଛି । ନବମ ଓ ଏକାଦଶ ଶ୍ରେଣୀରେ ପିଲା ମାନେ ନାମ ଲେଖାଇଲେ ତାଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ପିଏମ ଶ୍ରୀ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ଶହ MOU ସ୍ଵାକ୍ଷର ହୋଇ ଓଡ଼ିଶାର ପ୍ରାୟ ୩୫୦ ସ୍କୁଲ ମିଳିଛି । ଆହୁରି ସ୍କୁଲ ଏଥିରେ ସାମିଲ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ । ଏହା ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବ । ଆସନ୍ତା ଜାନୁଆରୀ ୨୧ରୁ ୨୩ ଯାଏଁ ଏନଇପି କର୍ମଶାଳା ହେବ । ଜାତୀୟ ଶିକ୍ଷା ନୀତି ୨୦୨୦ରେ ଆସନ୍ତା ଶିକ୍ଷା ବର୍ଷରୁ ବାଲବାଟିକା ଥ୍ରୀ ନିଆଯିବ । ପରବର୍ତ୍ତି ସମୟରେ ବାଲବାଟିକା ୧ ଓ ଦ୨ ବି ନେବାକୁ ଯୋଜନା ହେଉଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

Leave A Reply

Your email address will not be published.