Latest Odisha News

BREAKING NEWS

ପୌର ନିର୍ବାଚନ ବାଟ ଫିଟିଲା, ଜାରି ହେଲା ଗେଜେଟ୍ ବିଜ୍ଞପ୍ତି

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ବାଟ ପରିସ୍କାର । ପୌର ଆଇନରେ ସଂଶୋଧନକୁ ଗତ ସପ୍ତାହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମୋଦନ ଦେଇଥିଲେ । ଏହାପରେ ଆଇନ ବିଭାଗ ପକ୍ଷରୁ ଗେଜେଟ୍ ନୋଟିସ୍ ଜାରି ହୋଇଛି । ଏହି ଆଇନ ଅନୁସାରେ ପୌର ନିର୍ବାଚନରେ ସଂରକ୍ଷଣକୁ ସର୍ବାଧିକ ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖାଯିବ ।

ଗେଜେଟ୍ ବିଜ୍ଞପ୍ତି ପରେ ଏବେ ନଗର ଉନ୍ନୟନ ବିଭାଗ କେବେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଘୋଷଣା କରିବ ତାଉପରେ ସବୁ ରାଜନୈତିକ ଦଳଙ୍କର ନଜର ରହିଛି । ପୌର ନିର୍ବାଚନରେ ୱାର୍ଡ ପୁନର୍ଗଠନ ସହ ସଂରକ୍ଷଣ କରାଯିବ । ଏଥିପାଇଁ ୨ରୁ ୩ ମାସ ସମୟ ଲାଗିପାରେ ।

ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ପଞ୍ଚାୟତ ଭୋଟ ଉପରେ ସରକାର ଫୋକସ କରୁଛନ୍ତି । ତେଣୁ ଆଶା କରାଯାଉଛି କମ୍ ସମୟ ଭିତରେ ପୌର ନିର୍ବାଚନ କରିବା ସମ୍ଭବ ହୋଇ ନପାରେ । ଆସନ୍ତାବର୍ଷ ଜୁନ୍ ବେଳକୁ ହୋଇପାରେ ପୌର ନିର୍ବାଚନ ।

୨୦୧୮ ମସିହାରୁ ରାଜ୍ୟର ପୌରାଞ୍ଚଳରେ ନିର୍ବାଚନ ପରିଷଦର କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ହୋଇପାରିନାହିଁ। ନିର୍ବାଚନ ହୋଇନଥିବାରୁ ସବୁଠି ପ୍ରଶାସକ ନିଯୁକ୍ତି ଦିଆଯାଇଛି।

Leave A Reply

Your email address will not be published.