Latest Odisha News

BREAKING NEWS

ହାତୀ ମୃତ୍ୟୁ ଘଟଣା; ବାଲିଗୁଡ଼ା ଡିଏଫଓଙ୍କୁ କାରଣ ଦର୍ଶାଅ ନୋଟିସ 

ଭୁବନେଶ୍ୱର: ହାତୀର ଅସ୍ୱାଭାବିକ ମୃତ୍ୟୁ ପାଇଁ ଓଡିଶା ସରକାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ)ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

ସରକାରୀ ସୂଚନା ଅନୁଯାୟୀ ବେଲଘର ସଂରକ୍ଷିତ ଜଙ୍ଗଲରେ ଏକ ହାତୀର ଅସ୍ୱାଭାବିକ ମୃତ୍ୟୁକୁ ପରିଚାଳନା କରିବାରେ ଅବହେଳା ପାଇଁ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ବାଲିଗୁଡ଼ା ଡିଏଫଓ ଘନଶ୍ୟାମ ମହାନ୍ତଙ୍କୁ ନୋଟିସ ଜାରି କରିଛି।

ନୋଟିସରେ ଉଲ୍ଲେଖ କରାଯାଇଛି ଯେ ଜାନୁଆରୀ ୫ ତାରିଖରେ ହାତୀର ମୃତଦେହ ଚିହ୍ନଟ ହୋଇଥିଲା ଏବଂ ଚିହ୍ନଟ ହେବାର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ, କଲେକ୍ଟର, ଆରସିସିଏଫ ଏବଂ ସରକାରଙ୍କୁ ପ୍ରାଥମିକ ରିପୋର୍ଟ ଦାଖଲ କରିନଥିଲେ ଡିଏଫଓ। ଯାହା ଦ୍ଵାରା ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ହୋଇଥିଲା।

Comments are closed.