Latest Odisha News

ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ନାଁ ସୁପାରିଶ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ନାଁ ସୁପାରିଶ କରିଛନ୍ତି ଓଡ଼ିଶା ସରକାର । କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟକୁ ନାଁ ପଠାଇଛନ୍ତି । ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁକୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରାଯାଇଛି । ବୀରେନ୍ଦ୍ର ଲାକ୍ରା ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳର ଉପଅଧିନାୟକ ଅଛନ୍ତି ।

ସେହିପରି ଓଡ଼ିଆ ଅଲିମ୍ପିଆନ୍ ତଥା ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାଁକୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ସୁପାରିଶ କରିଛନ୍ତି ସରକାର । ଦୂତୀ ଦେଉଛନ୍ତି ଦେଶର ଦ୍ରୁତତମ ଧାବିକା । ଶହେ ମିଟର ରେସରେ ଜାତୀୟ ରେକର୍ଡର ଅଧିକାରିଣୀ । ବହୁ ଜାତୀୟ ଓ ଅନ୍ତର୍ଜାତୀୟ ଇଭେଣ୍ଟରେ ଓଡ଼ିଶା ତଥା ଦେଶକୁ ମେଡାଲ୍ ଭେଟି ଦେଇଛନ୍ତି ।

ସେହିପରି ହକି କୋଚ୍ କାଳୁ ଚରଣ ଚୌଧୁରୀଙ୍କ ନାଁକୁ ଦ୍ରୋଣାଚାର୍ୟ୍ୟ ଓ ପୂର୍ବତନ ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳଙ୍କ ନାଁକୁ ଧ୍ୟାନଚାନ୍ଦ ସମ୍ମାନ ପାଇଁ ସୁପାରିଶ କରିଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.