ଭୁବନେଶ୍ୱର: ବିଗତ ୩ ବର୍ଷଧରି ଖରାପ ପ୍ରଦର୍ଶନ କରୁଥିବା ୧୦ଟି ଅଣ ସରକାରୀ ଡିଗ୍ରୀ କଲେଜର ଅଧ୍ୟାପକଙ୍କୁ ସ୍ପଷ୍ଟିକରଣ ମାଗିଛନ୍ତି ଓଡିଶା ସରକାର ।
ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଜୟନ୍ତ ନାରାୟଣ ଷଡଙ୍ଗି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସମ୍ପୃକ୍ତ କଲେଜ ଗୁଡିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ଏବଂ ସେମାନଙ୍କୁ ଫେବୃଆରୀ ୨୦ ତାରିଖ ମଧ୍ୟରେ ଜବାବ ରଖିବା ଲାଗି ମଧ୍ୟ କୁହାଯାଇଛି ।
ବିଗତ ୩ ବର୍ଷ ମଧ୍ୟରେ ୨୫ ପ୍ରତିଶତରୁ କମ୍ ଆଡମିଶନ କରିଥିବା ସଂସ୍ଥାଗୁଡିକୁ ସରକାରୀ ଅନୁବନ୍ଧତା ହରାଇବାର ସମ୍ଭାବନା ରହିଛି ।
ଉକ୍ତ ୧୦ଟି ଡିଗ୍ରୀ କଲେଜ ମଧ୍ୟରେ ରହିଛି- ମଞ୍ଚେଶ୍ୱରର ଜ୍ଞାନ ଭାରତୀ ଡିଗ୍ରୀ କଲେଜ
ଖୋର୍ଦ୍ଧା ଜିଲ୍ଲାର ପଳାଶୁଣି ଗୌରବ କଲେଜ ଅଫ୍ କମର୍ସ, ସାଇନ୍ସ ଓ ମ୍ୟାନେଜମେଣ୍ଟ ।
ଯାଜପୁର ଜିଲ୍ଲାର କାମଗଡସ୍ଥିତ ଆପେକ୍ସ ରେସିଡେନ୍ସିଆଲ୍ ଡିଗ୍ରୀ କଲେଜ
କେନ୍ଦ୍ରାପଡାର ଶ୍ରୀରାମ ସଂସ୍କୃତି ଡିଗ୍ରୀ କଲେଜ ଏବଂ କ୍ଷେତ୍ରପାଳ ସଂସ୍କୃତି ଡିଗ୍ରୀ କଲେଜ ।
କେନ୍ଦୁଝର ଜିଲ୍ଲାର ଜୋଡାସ୍ଥିତ ବୃହସ୍ପତି ଡିଗ୍ରୀ କଲେଜ
ମୟୁରଭଞ୍ଜ ଜିଲ୍ଲାର କାଳିଚନ୍ଦ୍ରପୁର ବ୍ରିଲିଆନ୍ସ ପ୍ଲସ୍-୨ ସାଇନ୍ସ କଲେଜ ।
ସମ୍ବଲପୁରସ୍ଥିତ ଅଙ୍ଗୁଳିପଡାର ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସଡ୍ ଷ୍ଟଡିଜ୍ ଇନ୍ କମର୍ସ
ସୋନପୁର ଜିଲ୍ଲା ଧୁବମୁଣ୍ଡାର ସୁକାନ୍ତି ଡିଗ୍ରୀ କଲେଜ
ସୁନ୍ଦରଗଡ ଜିଲ୍ଲାର ଭେନସ୍ ଡିଗ୍ରୀ କଲେଜ୍
Comments are closed.