Latest Odisha News

ବକେୟା ଟ୍ରାଫିକ ଫାଇନ ଭରିଲେ ମିଳିବ ୫୦% ରିହାତି

ଭୁବନେଶ୍ୱର: ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କର ବକେୟା ଫାଇନ ପରିଶୋଧ କରିବା ପାଇଁ କିଛିଦିନ ତଳେ ଏକକାଳୀନ ସମାଧାନ (OTS) ଯୋଜନା ଘୋଷଣା କରାଯାଇଥିଲା।

ଏହି ଘୋଷଣା ହେବାର ପ୍ରାୟ ଏକ ମାସ ପରେ ବର୍ତ୍ତମାନ ବିଭିନ୍ନ ଅପରାଧ ପାଇଁ ଜରିମାନାର ମୂଲ୍ୟ ହ୍ରାସ କରିବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ବାଣିଜ୍ୟ ଏବଂ ପରିବହନ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ଯାହାଫଳରେ ଯେଉଁମାନେ ଯାନବାହାନ ଆଇନ ଉଲ୍ଲଂଘନ କରିଛନ୍ତି ଓ ସେମାନଙ୍କର ଇ-ଚାଲାଣ ବିଚାରାଧୀନ ରହିଛି ସେହି ବ୍ୟକ୍ତିମାନଙ୍କୁ ଯଥେଷ୍ଟ ଆଶ୍ୱସ୍ତି ମିଳିବା ନେଇ କୁହାଯାଇଛି।

ଏହି ଯୋଜନା ଅଧୀନରେ ୩୧ ଜୁଲାଇ ୨୦୨୫ କିମ୍ବା ପୂର୍ବରୁ ହୋଇଥିବା ଟ୍ରାଫିକ୍ ଉଲ୍ଲଂଘନ ପାଇଁ ଜୋରିମାନା ମୂଲ୍ୟରେ ଉଲଂଘନକାରୀମାନେ ୫୦% ହ୍ରାସ ପାଇବେ ବୋଲି ସୂଚାଇ ଦିଆଯାଇଛି। ଏହା ମୋଟର ଯାନ ଆଇନ ୧୯୮୮ ଅନୁଯାୟୀ ବିଭିନ୍ନ ଅପରାଧ ପାଇଁ ପ୍ରଯୁଜ୍ୟ ଥିବା ଜଣାପଡିଛି। ତେବେ ସୁରକ୍ଷିତ ଡ୍ରାଇଭିଂକୁ ପ୍ରୋତ୍ସାହିତ କରିବା ସହ ବକେୟା ଜରିମାନା ଆଦାୟ କରିବା ଏହାର ମୂଳ ଲକ୍ଷ୍ୟ ବୋଲି କୁହାଯାଉଛି।

Comments are closed.