Latest Odisha News

BREAKING NEWS

ଚେନ୍ନାଇରୁ ଡଙ୍ଗା ଯୋଗେ ଶ୍ରମିକ ଫେରିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ

ଗଞ୍ଜାମ: ଚେନ୍ନାଇରୁ ଡ଼ଙ୍ଗା କିଣି ସମୁଦ୍ର ଭିତରେ ଓଡ଼ିଶା ଓ ଆନ୍ଧ୍ରକୁ ଶ୍ରମିକ ଫେରିଥିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଡ଼ଙ୍ଗା ଯୋଗେ ଚେନ୍ନାଇରୁ ପ୍ରାୟ ୩୮ ଜଣ ଓଡିଶା ଅଭିମୁଖେ ଆସିଥିବା ସୂଚନା ମିଳିଥିଲା ।

ସୂଚନା ଅନୁସାରେ, ଲକଡାଉନ୍ ଯୋଗୁଁ ଚେନ୍ନାଇରେ ଅନେକ ଶ୍ରମିକ ଫସି ରହିଥିଲେ । ସେମାନଙ୍କ ମଧ୍ୟରୁ କେତେକ ଓଡ଼ିଶା ଓ ଆନ୍ଧ୍ର ଶ୍ରମିକ ୨ଲକ୍ଷ ଟଙ୍କାର ଡ଼ଙ୍ଗା କିଣି ସମୁଦ୍ର ପଥ ଦେଇ ଗଂଜାମ ଜିଲ୍ଲାକୁ ଆସିଛନ୍ତି।

ଏମାନେ ୨୦ ତାରିଖରୁ ଚେନ୍ନାଇରୁ ବାହାରିଥିବା ବେଳେ ପଲାସା ନିକଟରେ ସମୁଦ୍ରରେ ଏମାନେ ଅଟକ ରଖାଯାଇଥିବା ଖବର ଆସିଥିଲା ।

ତେବେ କେଉଁ ପରିସ୍ଥିତିରେ ଏ ଡ଼ଙ୍ଗା ଆସିଲା ସେ ନେଇ ତଦନ୍ତ କରିବାକୁ ପରିବହନ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଗଞ୍ଜାମ ଜିଲ୍ଲା ପ୍ରଶାସନ ଦେଇଥିବା ସୁଚନା ଅନୁସାରେ, ଏହି ବ୍ୟକ୍ତି ମାନେ ଭୟାବୀତ ହୋଇ ୨ ଲକ୍ଷ ଟଙ୍କାରେ ଡ଼ଙ୍ଗା କିଣି ଘରକୁ ଆସିଛନ୍ତି।

ଏହି ଡ଼ଙ୍ଗାକୁ ଜବତ କରିବା ସହ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି। ସବୁ ଠିକ ଥିଲେ ପରିବାର ଲୋକଙ୍କ ପାଖକୁ ପଠାଯିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଯେଉଁ ସବୁ ଜଳପଥ ଦେଇ ଏପରି ବେଆଇନ ଭାବେ ଦୁଃସାହସିକ ପଦକ୍ଷେପ ନିଆଯାଉଛି, ସବୁ ତଦନ୍ତ ହେବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.