ଭୁବନେଶ୍ବର: ରାଜ୍ୟର ସବୁ ସରକାରୀ ମେଡିକାଲରେ ବୃଦ୍ଧି ପାଇବ ବେଡ୍ ସଂଖ୍ୟା । ଆଇପିଏଚଏସ ୨୦୨୨ ନିୟମ ଅନୁଯାୟୀ ସରକାରୀ ମେଡିକାଲ ଗୁଡ଼ିକରେ ବେଡ ସଂଖ୍ୟା ପର୍ଯ୍ୟାୟକ୍ରମେ ବୃଦ୍ଧି ପାଇବ । ତେବେ ୪୫ରୁ ୫୦ ହଜାରକୁ ବେଡ୍ ବଢାଇବା ନେଇ ଯୋଜନା ରହିଛି । ଏନେଇ ଆଜି (ଶନିବାର) ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେହିପରି ସାରା ରାଜ୍ୟରେ ୩୦୬ ଟି ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି) ଖୋଲିବାକୁ ଯୋଜନା ରହିଛି । ବର୍ତ୍ତମାନ ରାଜ୍ୟରେ ୧୨୩୬ଟି ପିଏଚସି ରହିଛି । ସବୁ ପିଏଚସିରେ ୨୪ ଘଣ୍ଟିଆ ସେବା ପାଇଁ ୬ଟି ବେଡ୍ ରହିବ ।
ସେହିପରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ବେଡ ସଂଖ୍ୟା ବଢ଼ିବ । ପ୍ରତି ସିଏଚସି ରେ ୩୦ ଲେଖାଏଁ ବେଡ଼ ରହିବ । ପ୍ରତି ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ୩୦୦ ଲେଖାଏଁ ବେଡ ପାଇଁ କାମ ଚାଲିଛି । ଏବେ ୧୧ଟି ମେଡିକାଲ କଲେଜ ଅଛି । ହସ୍ପିଟାଲ ଓ ମେଡିକାଲ କଲେଜ ବଢିବା ସହ ଡାକ୍ତର ଓ ନର୍ସିଂ କର୍ମଚାରୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
ଏବେ ଘରୋଇ ଓ ସରକାରୀ ହସ୍ପିଟାଲକୁ ମିଶାଇ ମୋଟ ୨୮ ହଜାର ବେଡ୍ ଅଛି । ହସ୍ପିଟାଲ ବେଡ୍ ସଂଖ୍ୟା ୪୫ ରୁ ୫୦ ହଜାରକୁ ବଢାଇବାକୁ ଯୋଜନା କରାଯାଇଛି । ଏଣିକି ସବୁ ପିଏଚସି ଓ ସିଏଚ୍ସିରେ ବେଡ୍ ସଂଖ୍ୟା ମଧ୍ୟ ବଢିବ ।
Comments are closed.