Latest Odisha News

BREAKING NEWS

ରାଜ୍ୟରେ ବଢ଼ିଲା ୧୪୪୧ କୋଭିଡ ଶଯ୍ୟା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କାୟା ମେଲାଉଛି କରୋନା । ଦିନକୁ ଦିନ ସାଂଘାତିକ ଭାବେ ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର କୋଭିଡ ଶଯ୍ୟା ସଂଖ୍ୟା ବଢ଼ାଇଛନ୍ତି । କୋଭିଡ ହସ୍ପିଟାଲରେ ବଢ଼ିଛି ୧୪୪୧ କୋଭିଡ ଶଯ୍ୟା ।

ହାଇଟେକ ମେଡିକାଲ କଲେଜରେ ଆଉ ୫ ଶହ କୋଭିଡ ଶଯ୍ୟା ସଂଖ୍ୟା ବଢ଼ିଛି । ସେହିପରି ସମ୍ ହସ୍ପିଟାଲର ୨ଟି ସ୍ଥାନରେ ମିଶି ୮ଶହ ଅତିରିକ୍ତ ଶଯ୍ୟା ସଂଖ୍ୟା ବଢ଼ାଯାଇଛି । ଜାମୁଝରିରେ ୩୦୦ ଓ ଜଟଣୀରେ ୫୦୦ ଶଯ୍ୟା ବଢିଛି । ନୀଳାଚଳ ହସ୍ପିଟାଲରେ ବଢିଛି ୧୨୬ ଶଯ୍ୟା ଓ ୧୫ ICU ଶଯ୍ୟା । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.