ଭୁବନେଶ୍ୱର: ଓଡ଼ିଶା ସରକାର ଶନିବାର ଦିନ ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି । ସେହିପରି ଦୁର୍ନୀତି ଅଭିଯୋଗରେ ୪ଜଣ ପୂର୍ବତନ ସରକାରୀ ଅଧିକାରୀଙ୍କ ପେନସନ୍ ବନ୍ଦ କରିଦେଇଛନ୍ତି ସରକାର । ଦୁର୍ନୀତି ଶୂନ୍ୟ ନୀତି ଆପଣେଇ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଯେଉଁ ୬ ଜଣ ଅଧିକାରୀ ଚାକିରିରୁ ବହିଷ୍କୃତ ହୋଇଛନ୍ତି ସେମାନେ ହେଲେ:
• ସଞ୍ଜିତ କୁମାର ରାୟ, କନିଷ୍ଠ କିରାଣି (ବାଣିଜ୍ୟ ଓ ପରିବହନ ବିଭାଗ) , କୁଆଁରମୁଣ୍ଡା ତହସିଲ, ସୁନ୍ଦରଗଡ଼
• ବୈକୁଣ୍ଠ ବିହାରୀ ପ୍ରଧାନ, ସହକାରୀ ଯନ୍ତ୍ରୀ, ଆଇଟିଡ଼ିଏ, ଜୟପୁର, କୋରାପୁଟ
• ଭାଗିରଥୀ ବିଶ୍ୱାଳ, ପଶୁଚିକିତ୍ସକ, ନାକଟିଦେଉଳ, ସମ୍ବଲପୁର
• ବସନ୍ତ କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, କାମାକ୍ଷାନଗର, ଢେଙ୍କାନାଳ
• ତ୍ରିଲୋଚନ ସେଠ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ), କୁତ୍ରା, ସୁନ୍ଦରଗଡ଼
• ଅଷ୍ଟମ ଚନ୍ଦ୍ର ପଟେଲ, ପିଇଓ, ବଣାଇ ବ୍ଲକ, ସୁନ୍ଦରଗଡ଼
ସେହିପରି ଭାବେ ପେନସନ ସୁବିଧା ବନ୍ଦ ହୋଇଥିବା ୪ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ ହେଲେ:
• ଗୌତମ ଚନ୍ଦ୍ର ପୃଷ୍ଟି, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ
• ବିକ୍ରମ କେଶରୀ ପଟ୍ଟନାୟକ, ଜେନେରାଲ୍ ମ୍ୟାନେଜର, ଓସିସି
• ରବୀନ୍ଦ୍ର କୁମାର ଜେନା, ଏଷ୍ଟାବ୍ଲିଶମେଣ୍ଟଅଫିସର, ଡ଼୍ରେନେଜ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ, କଟକ
• ରବୀନାରାୟଣ ମହାନ୍ତି, କନିଷ୍ଠ ଯନ୍ତ୍ରୀ, ଆଇଟିଡ଼ିଏ, ବାରିପଦା\n\nଏଠାରେ ସୂଚନାଯୋଗ୍ୟ, ଅଗଷ୍ଟ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବହିଷ୍କୃତ କରିବା ସହିତ ୨ଜଣ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପେନସନ ବନ୍ଦ କରିଦେଇଛନ୍ତି ।