Latest Odisha News

BREAKING NEWS

 ଅନେକ ରୋଗର ଉପଚାର ଅଧାକପ ଥଣ୍ଡା କ୍ଷୀର

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ଖାଦ୍ୟପେୟ ଉପରେ କେହି ଗୁରୁତ୍ୱାରୋପ କରୁନାହାନ୍ତି । ଯାହାଦ୍ୱାରା ଜନ୍ମ ନେଉଛି ନାନାଦି ପ୍ରକାରର ରୋଗ । ଯେଉଁଥିରେ ମଣିଷ ପ୍ରତ୍ୟେକ ଦିନ ଘାଣ୍ଟି ହେଉଥିଲେ ମଧ୍ୟ ଏହାର ସମାଧାନ ପାଉନାହିଁ । କିଛି ରୋଗ ସମସ୍ୟାର ଉପଚାର ଆମ ଚାରିପାଖରେ ରହିଥିଲେ ମଧ୍ୟ ଆମେ ଏହାର ଉପକରିତା ବିଷୟରେ ଜାଣି ନଥିବାରୁ ଏହାକୁ ଅଣଦେଖା କରିଥାନ୍ତି । ସେହିପରି ଏକ ଅମୂଲ୍ୟ ଔଷଧି ହେଉଛି ଥଣ୍ଡା କ୍ଷୀର । ସମସ୍ୟାରୁ ମୁକ୍ତି ପାଇଁ ଜାଣନ୍ତୁ କେମିତି ବ୍ୟବହାର କରିବେ ଏହି ଥଣ୍ଡା କ୍ଷୀରକୁ…

ଥଣ୍ଡା କ୍ଷୀର ପିଇଲେ ବହୁ ସୁଫଳ ମିଳିଥାଏ। ଏହା ଦ୍ୱାରା ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଦୂର ହୁଏ। ସେହିପରି ମେଦବହୁଳ ରୋଗୀଙ୍କ ପାଇଁ ଏହା ମହୌଷଧୀ ଭଳି କାମ କରେ ବୋଲି ଆମେରିକା ଭର୍ଜିନିଆ ବିଶ୍ୱବିଦ୍ୟାଳୟର ଗବେଷକ ନିଜ ଗବେଷଣା ରିପୋର୍ଟରେ ସୂଚିତ କରିଛନ୍ତି।

ତେଣୁ ସକାଳେ ଅଧାଗ୍ଲାସେ ଥଣ୍ଡା କ୍ଷୀର ପିଇଲେ ଶରୀର ପାଇଁ ହିତକର। କ୍ଷୀର ପିଇଲେ ଓଜନ ବଢ଼ିଥାଏ ବୋଲି କେତେକ ବିଶ୍ୱାସ କରିଥାନ୍ତି। ତେବେ ଏହାକୁ ଗବେଷକମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ରିପୋର୍ଟ ଭୁଲ ପ୍ରମାଣିତ କରିଛି। ପ୍ରତିଦିନ ଥଣ୍ଡା କ୍ଷୀର ପିଇଲେ ଶରୀରରେ ଚର୍ବି ଜମିବା କମିଥାଏ।

ଏହା ସହିତ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଏ। ଥଣ୍ଡା କ୍ଷୀରରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଆଣ୍ଟି ଏଜିଂ ଉପାଦାନ ଭାବେ କାର୍ଯ୍ୟ କରେ।

Leave A Reply

Your email address will not be published.