Latest Odisha News

ମୟୂରଭଞ୍ଜ ଗସ୍ତରେ 5T ସଚିବ, ପର୍ଯ୍ୟଟନସ୍ଥଳୀ ସହ ଐତହ୍ୟସ୍ଥଳୀର ହେବ ନବୀକରଣ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ଐତହ୍ୟ ସ୍ଥଳ ଝଲସିବ । ଖିଚିଂ, ଦେବକୁଣ୍ଡ, ଭୀମକୁଣ୍ଡ ଆଦି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ନବୀକରଣ ହେବ । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ସ୍ଥଳ ନୂଆ ରୂପ ପାଇବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ତାଙ୍କ ସଚିବ ଦେବକୁଣ୍ଡ ଯାଇଥିଲେ ।

ସାଙ୍ଗରେ ଥିଲେ ପର୍ଯ୍ୟଟନ ବିଭାଗ ସଚିବ ସୁରେନ୍ଦ୍ର କୁମାର । ଗସ୍ତ ବେଳେ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ ସହ ଉନ୍ନୟନ କାର୍ଯ୍ୟ ନେଇ ଆଲୋଚନା କରିଥିଲେ । ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ଲାଗି ଆଲୋଚନା କରି ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସରକାର 5T ରୂପାନ୍ତିକରଣ ଅଧିନରେ ପ୍ରମୁଖ ଐତିହ୍ୟ ସ୍ଥଳୀର ନବୀକରଣ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିନ୍ ଦେବକୁଣ୍ଡ ବୁଲି ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏହା ପରେ ପାଣ୍ଡିଆନ୍ ଖିଚିଂ ଯାଇ ଖିଚକେଶ୍ୱରୀ ମନ୍ଦିରରେ ମାଆଙ୍କ ଦର୍ଶନ କରି ସେବାୟତଙ୍କ ସହ ଆଲୋଚନା କରିଥିଲେ ।

ଏହା ପରେ ପାଣ୍ଡିଆନ୍ ଯଶୀପୁର ଯାଇ ପ୍ରସ୍ତାବିତ ଖଇରି-ବନ୍ଧନ ଜଳସେଚନ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରିଥିଲେ । ଏହି ପ୍ରକଳ୍ପ ହେଲେ ଯଶୀପୁର, ଶୁକ୍ରୁଳି ଓ ରାଉରାଁ ବ୍ଲକର ୯ ହଜାର ୪୦୦ ହେକ୍ଟର ଜମି ଜଳସେଚିତ ହୋଇ ପାରିବ ।

ପାଣ୍ଡିଆନ୍ ରାଇରଙ୍ଗପୁର ସ୍ଥିତ ଦାଣ୍ଡବୋସର ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ସ୍ଥଳକୁ ଯାଇଥିଲେ । ସେଠାରେ ଶାନ୍ତାଳୀ ସମ୍ପ୍ରଦାୟ ସହ ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଆଶ୍ୱାସନା ଦେଇଥିଲେ ସେମାନଙ୍କ ଦାବିକୁ ସରକାର ପୂରଣ କରିବେ ।

Leave A Reply

Your email address will not be published.